ବରଗଡ଼ : ଏକଦା ବରଗଡ଼ ‌ଲୋକସଭା ପାଇଁ ବିଜେପିର ଟିକଟ୍‌ ଦାବିଦାର ଥିଲେ ସୁବାସ ଚୌହାନ। ଟିକଟ୍‌ରୁ ବଂଚିତ ହେବା ପରେ ସେ ବିଜେଡିରେ ସାମିଲ ହେବା ସହ ୪ଟି ଜିଲ୍ଲାର ଗୁରୁ ଦାୟିତ୍ବ ମୁଣ୍ଡାଇଛନ୍ତି। ବିଜେଡିରେ ମିଶିବା ପରେ ସୁବାସ ଆଜି ପ୍ରଥମ ଥର ପାଇଁ ବରଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ବିଜେପି ନେତାମାନଙ୍କ ବିରୋଧରେ ବର୍ଷିଛନ୍ତି।

Advertisment

ଶନିବାର ସେ ଏଠାରେ କହିଛନ୍ତି ଯେ ତାଙ୍କ ଟିକଟ୍‌ କଟିବା ପଛରେ ସୁରେଶ ପୂଜାରୀ ଏବଂ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ହାତ ଅଛି। ସେ ଟିକଟ୍‌ ପାଆନ୍ତୁ ବୋଲି ଉଭୟ ନେତା ଚାହୁଁ ନଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ରଖି ସମ୍ମାନ ଦେଇଛନ୍ତି ବୋଲି ସୁବାସ କହିଛନ୍ତି। ଏହା ବାଦ୍‌ ବରଗଡ଼ ଲୋକସଭା ଆସନ ସହ ଏହି ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ ବିଜେଡି ଜିତିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ମୋଦୀ ହାୱା ଆଉ ନାହିଁ। ତେଣୁ ବିଜେଡି ଏଠାରେ ଏକତରଫା ବିଜୟୀ ହେବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାାନଙ୍କ ମଧ୍ୟରେ ନିଶାନ୍ତ ଦୀକ୍ଷିତ, ମୌସମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।