କଂଗ୍ରେସକୁ ଫେରିବେ ସୁବାସ ନାୟକ

ଭବାନୀପାଟଣା: ଏକ ନାଟକୀୟ ଘଟଣାକ୍ରମରେ କଳାହାଣ୍ଡି ଜିଲ୍ଲାର ପୂର୍ବ ସାଂସଦ ସୁବାସ ନାୟକ ପୁଣି କଂଗ୍ରେସକୁ ଫେରୁଛନ୍ତି। ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କଳାହାଣ୍ଡି ଗସ୍ତ ସମୟରେ ସେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ‌ଯୋଗ ଦେବେ ବୋଲି ସୂଚନା ମିଳିଛି। ୧୯୯୧ ମସିହାରେ କଂଗ୍ରେସ ଟିକେଟରେ କଳାହାଣ୍ଡିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ନାୟକ ସଂସଦ ଭବନକୁ ପ୍ରବେଶ ସମୟରେ ମୁଣ୍ଡିଆ ମାରି ସେତେବେଳେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ପରିଧିକୁ ଆସିଥିଲେ। ୨୦୦୯ ମସିହାରେ ସେ କଂ‌ଗ୍ରେସ ଛାଡ଼ି ବିଜେଡିରୁ ଟିକେଟ ପାଇ ଲୋକସଭା ନିର୍ବାଚନ ଲଢ଼ିଥିଲେ ଓ ଭକ୍ତଚରଣ ଦାସଙ୍କଠାରୁ ପରାଜିତ ‌ହୋଇଥିଲେ। ଏହା ପରଠାରୁ ବିଜେଡିରେ ତାଙ୍କର ପତିଆରା ଗୌଣ ହୋଇଥିଲା ବୋଲି ଆଲୋଚନା ଚାଲିଥିଲା। ତେବେ ରାହୁଲଙ୍କ ଗସ୍ତର ଦିନକ ପୂର୍ବରୁ ଶ୍ରୀ ନାୟକ କଂଗ୍ରେସରେ ଯୋଗଦେବା ଘଟଣା ଜିଲ୍ଲା ରାଜନୀତିରେ ବେଶ୍‌ ଉଷ୍ମତା ଭରି ଦେଇଛି।

ସମ୍ବନ୍ଧିତ ଖବର