ସୁଭାଷ ସେତୁରେ ଷ୍ଟ୍ରିଟ୍ ଲାଇଟ୍ ଘୋଟାଲା: ଖୁଣ୍ଟରେ ବି ଦୁର୍ନୀତି ଗନ୍ଧ

ନିର୍ଦ୍ଦିଷ୍ଟ ଏକ ସଂସ୍ଥା ପ୍ରତି ଅନୁକମ୍ପା

ଯାଜପୁରରୋଡ୍/ ଭୁବନେଶ୍ବର: କଟକ ସୁଭାଷ ସେତୁ ଆଲୋକୀକରଣରେ ବ୍ୟାପକ ଦୁର୍ନୀତି ହୋଇଛି। କେବଳ ଟର୍ଣ୍ଣ-କି ଟେଣ୍ଡର ନୁହେଁ, ବିଭିନ୍ନ ବାଟରେ ଦୁର୍ନୀତିକୁ ପ୍ରୋତ୍ସାହିତ କରାଯାଇଛି। ନିର୍ଦ୍ଦିଷ୍ଟ ଏକ କମ୍ପାନି ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି। ଏବେ ସେହିଭଳି ଏକ ଦୁର୍ନୀତି ସାମ୍‌ନାକୁ ଆସିଛି, ଆଲୋକ ସଜ୍ଜା ଯାଇଥିବା ଖୁଣ୍ଟ ନିମ୍ନମାନ ବୋଲି ଜଣାପଡ଼ିଛି! କଟକ ଜୁଡ଼ିସିଆଲ ଏକାଡ଼େମୀ ଛକରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ କାଠଯୋଡ଼ି ନଦୀ ଉପରେ ନବନିର୍ମତ ନେତାଜୀ ସୁଭାଷ ବୋଷ ସେତୁ‌େର ଆଲୋକୀକରଣ ନାମରେ ବ୍ୟାପକ ଘୋଟଲା କରାଯାଇଛି। ହାଇକୋର୍ଟକୁ ଅନ୍ଧାରରେ ରଖି ପୂର୍ତ୍ତ ବିଭାଗ କାହିଁକି କଟକ ପୌର ନିଗମ(ସିଏମସି) ହାତରୁ କାମ ଛଡ଼ାଇ ଆଣି ନିଜେ ‌କାମ କରିଥିଲା! ‘ସମ୍ବାଦ’ରେ ଏ ସମ୍ପର୍କରେ ଖବର ପ୍ରକାଶ ପରେ, ତାହାର ଗୁମର ଖୋଲିବାରେ ଲାଗିଛି। ଜି-ଅନ୍ ଠିକା ସଂସ୍ଥାକୁ ୩ କୋଟି ୧୭ଲକ୍ଷ ଟଙ୍କାରେ ଆଲୋକୀକରଣ ପାଇଁ ଟର୍ଣ୍ଣ-କି ଟେଣ୍ଡର କରିଥିବା ଅଧିକାରୀ ନିୟମ କାନୁନକୁ ଜଳାଞ୍ଜଳି ଦେଇଥିବା ପଦାରେ ପଡିଛି। ଅନୁସନ୍ଧାନରୁ ଜଣାପଡ଼ିଛି, ଏହି ଟର୍ଣ୍ଣ -କି ଟେଣ୍ଡରର ଟେକ୍ନିକାଲ୍ ସ୍ପେସି‌ଫିକେସନ୍‌ରେ ଦର୍ଶାଯାଇଛି ଯେ ନିର୍ଦ୍ଦିଷ୍ଟ କମ୍ପାନି ଗୁଡ଼ିକର ଷ୍ଟେନଲେସ୍ ଷ୍ଟିଲ୍ ଖୁଣ୍ଟ ‌େସତୁରେ ଲାଗିବା ଆବଶ୍ୟକ। ମାତ୍ର ଦର୍ଶାଯାଇଥିବା କମ୍ପାନି ଗୁଡ଼ିକ ଏପରିକି ଜି-ଅନ୍ ମଧ୍ୟ ଷ୍ଟେ‌ନ୍‌ଲେସ୍ ଷ୍ଟିଲ୍ ଖୁଣ୍ଟ(ପୋଲ୍) ତିଆରି କରନ୍ତି ନାହିଁ। ‌େ‌ତବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଟେକ୍ନିକାଲ୍ ସ୍ପେସି‌ଫିକେସନ୍‌ରେ ଷ୍ଟେ‌ନଲେସ୍ ଷ୍ଟିଲ୍ ଖୁଣ୍ଟ ତିଆରି କରୁନଥିବା କମ୍ପାନିଗୁଡ଼ିକର ନାମ ସ୍ଥାନ ପାଇଲା କିପରି? ଟେଣ୍ଡର ପାଇଥିବା ଜି-ଅନ୍ କମ୍ପାନି ଏଲଇଡି ଲାଇଟ୍ ମଧ୍ୟ ତିଆରି କରେ ନାହିଁ। କେଉଁ ସ୍ବାର୍ଥରେ ଅଧିକାରୀ ଏଭଳି ଠିକା ସଂସ୍ଥାକୁ ଟର୍ଣ୍ଣ-କି ଟେଣ୍ଡର ଦେବାକୁ ରାଜି ହୋଇଥିଲେ ତାହା ତଦନ୍ତ ସାପେକ୍ଷ।

ଏଠ‌ାରେ ଉ‌େଲ୍ଲଖଯୋଗ୍ୟ ଯେ, ଟେକ୍ନିକାଲ୍ ସ୍ପେସି‌ଫିକେସନରେ ଆହୁରି ସର୍ତ ରହିଛି ଯେ ଖୁଣ୍ଟଗୁଡ଼ିକ ଘଣ୍ଟାକୁ ୨ଶହ କିମି ବେଗ ପବନକୁ ପ୍ରତିହତ କରିପାରୁଥିବା ଆବଶ୍ୟକ। ମାତ୍ର କାମ କରିଥିବା ଜି-ଅନ୍ ଠିକା ସଂସ୍ଥା ଖୁଣ୍ଟ ତିଆରି କରୁନଥିବା ବେଳେ ସେ କେଉଁ ଖୁଣ୍ଟ ଲଗାଇଲେ? ତାହାର କ୍ଷମତା କେତେ? ଖୁଣ୍ଟର ସ୍ଥାୟିତ୍ବ ନେଇ ପରୀକ୍ଷା କରାଯାଇଛି କି? ପରୀକ୍ଷା କଲା କିଏ ଓ ଉତ୍ତରଦାୟୀ ରହିବ କିଏ? ‌ବୋଲି ପ୍ରଶ୍ନ ଉଠୁଛି। ଏଥିସହ ଟର୍ଣ୍ଣ-କି ଟେଣ୍ଡର ପାଇଥିବା ଜି-ଅନ୍ ଠିକା ସଂସ୍ଥା କେଉଁ ପରିସ୍ଥିତିରେ ଗୋଲଡ୍ ୱେନ୍ କମ୍ପାନିର ଷ୍ଟ୍ରିଟ୍ ଲାଇଟ୍ ଲଗାଇଲେ ଏବଂ କାହିଁକି ଟେକ୍ନିକାଲ୍ ସ୍ପେସି‌ଫିକେସନ୍‌ରେ ଦର୍ଶାଯାଇଥିବା ପ୍ରତିଷ୍ଠିତ ବଜାଜ୍, ହାବେଲ୍ସ, ଫିଲିପ୍ସ୍ ପ୍ରଭୃୃତି କଂପାନିର ଲାଇଟ୍ ଲଗାଇଲେ ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ଷ୍ଟେନଲେସ୍ ଷ୍ଟିଲ୍ ଖୁଣ୍ଟ ତିିଆରି କରୁ ନଥିବା କମ୍ପାନିର ନାମ ଟେକ୍ନିକାଲ୍ ସ୍ପେସି‌ଫିକେସନ୍‌ରେ ସ୍ଥାନ ଦିଆଯିବା ସହିତ ଲାଇଟ୍ ତିଆରି କରୁ ନଥିବା କମ୍ପାନିଗୁଡ଼ିକ ମଧ୍ୟ ସ୍ଥାନ ପାଇଛି। ସେଥି ମଧ୍ୟରୁ ଜି୍ ଅନ୍ ଠିକା ସଂସ୍ଥା ଖୁଣ୍ଟ କିମ୍ବା ଲାଇଟ୍ କିଛି ତିଆରି କରୁ ନଥିବା ବେଳେ ଅଧିକାରୀ କାହିଁକି ଟର୍ଣ୍ଣ-କି ଟେଣ୍ଡର ତାଙ୍କୁ ଦେଲେ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୁୁରୁତ୍ବପୂର୍ଣ୍ଣ ବିଷୟ ହେଲା ଟେଣ୍ଡରରେ ମାତ୍ର ୨ଜଣ ଭାଗ ନେଇଛନ୍ତି। ସେଥିରେ ପୁଣି ଜି -ଅନ୍ ଠିକା ସଂସ୍ଥା ଅଂଶଗ୍ରହଣ କରିଥିବାବେଳେ ଅନ୍ୟ ଠିକାସଂସ୍ଥା ମେସର୍ସ ୟୁନାଇଟେଡ୍ ଇଲେକ୍ଟ୍ରିକାଲ୍ସ ଆଣ୍ଡ ଇଂଜିନିୟରିଂ ଆବଶ୍ୟକ କାଗଜପତ୍ର ନଦେବାରୁ କାଟି ଦିଆଗଲା ବୋଲି କୁହାଯାଉଛି। ଏହି କମ୍ପାନି ଜି ଅନ୍ ସହିତ ଟେଣ୍ଡର ଫିକ୍ସିଂ କରି ଓହରି ଗଲା ନାହିଁ ତ? ଏହିଭଳି ଦି ବହୁ ପ୍ରଶ୍ନ ଅନେକଙ୍କୁ ଆନ୍ଦୋଳିତ କରୁଛି। ଯାହର ଉଚ୍ଚସ୍ତରୀୟ ତଦନ୍ତ କଲେ କହି ବହୁ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର