ଭୋଗରାଇ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଗରାଇ ବ୍ଲକ୍‌ ଶଙ୍ଖାରି ପଞ୍ଚାୟତର ସମିତି ସଦସ୍ୟା ଭାବେ ସୁବାସିନୀ ଜେନା ସର୍ବାଧିକ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ମାତ୍ର ପ୍ରତିଦ୍ବନ୍ଦୀ ବନ୍ଦନା ଜେନା ଭୋଟ୍‌ ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ମାନ୍ୟବର ଜଳେଶ୍ୱର ଜଜ୍‌ ସିନିୟର ଡିଭିଜନ୍‌ଙ୍କଠାରେ ୧/୨୦୨୨ରେ ଏକ ମାମଲା ଦାଏର କରିଥିଲେ। ତେବେ ମାମଲାରେ ସମସ୍ତ ପ୍ରମାଣକୁ ଭିତ୍ତି କରି ଗତକାଲି ମାନ୍ୟବର ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ୍‌ ନିଶା ସାମଲ ରାୟ ପ୍ରକାଶ କରିଛନ୍ତି। ସେ ମାମଲା ଦାଏରକାରୀ ବନ୍ଦନା ଜେନାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ସୁବାସିନୀ ଜେନାଙ୍କ ନ୍ୟାୟିକ ବିଜୟ ହେବା ସହ ପଦ କାଏମ ରହିଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ସିତାଂଶୁ ଶେଖର ଦାସ ମାମଲା ପରିଚାଳନା କରୁଥିଲେ।