ଲଇକେରାକୁ ଉପଖଣ୍ଡ ମାନ୍ୟତା ଦାବି  

ଲଇକେରାକୁ ଉପଖଣ୍ଡ ମାନ୍ୟତା ଦାବି  

Odisha Shramajeebee Mancha

ଲଇକେରା: ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ୍‌ ଖୁନ୍ତାମାଲ ନଦୀକୂଳରେ ଶୁକ୍ରବାର ବ୍ଲକ୍‌ସ୍ତରୀୟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲଇକେରା ବ୍ଲକ୍‌କୁ ଉପଖଣ୍ଡ ମାନ୍ୟତା ପାଇଁ ଦାବି ଉଠିଛି। ଝାରସୁଗୁଡ଼ା ଜିଲ୍ଲାର କୌଣସି ଉପଖଣ୍ଡ ନ ଥିବା ବେଳେ ଯେକୌଣସି କାମ ପାଇଁ ହେଲେ ଝାରସୁଗୁଡା ଯିବାକୁ ପଡିଥାଏ। ଜିଲ୍ଲା ମୁଖ୍ୟାଳୟରୁ ଲଇକେରା ବ୍ଲକ୍‌ ୨୬ କିମି ଦୂରରେ ରହିଥିବା ବେଳେ ବ୍ଲକ୍‌ର ଆଭ୍ୟନ୍ତରୀଣ ଅଞ୍ଚଳ ପ୍ରାୟ ୬୫ କିମିରୁ ଅଧିକ ଦୂର। ସରକାର ହାତପାହାନ୍ତାରେ ସରକାରୀ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ସରକାରୀ ସେବା ପାଇବା ପାଇଁ ଢେର ଦୂରରେ ଗ୍ରାମାଞ୍ଚଳର ଜନସାଧାରଣ।

ଲଇକେରା ବ୍ଲକ ମୁଖ୍ୟାଳୟକୁ ପ୍ରତ୍ୟେକ ଦିନ ପ୍ରାୟ ୧୦ ରୁ ୧୫ ହଜାର ଲୋକ ଯିବା ଆସିବା କରୁଥିବା ବେଳେ, ବ୍ଲକ୍‌ ଅଧୀନରେ ୧୧ଟି ପଞ୍ଚାୟତ ଓ କିର୍ମିରା ବ୍ଲକର ଅଧିକାଂଶ ଗାଁର ଲୋକ ନିର୍ଭର କରିଥାନ୍ତି। ଏହି ବ୍ଲକ୍‌କୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଚାଷୀ ସମାବେଶରେ ସ୍ବର ଉଠିଥିବା ବେଳେ ଲଇକେରା ଗାଁ ମୁଖିଆ ଟଙ୍କଧର ନାଏକଙ୍କ ଆବାହକତ୍ବରେ ଆସନ୍ତା ୯ ତାରିଖ ଶୁକ୍ରବାର ଦିନ ୨ଟାରେ ପୁରୁଣା ଅପେରା ପଡିଆ ସ୍ଥିତ ରବିନ୍ଦ୍ର ପାଠାଗାରରେ ପ୍ରସ୍ତୁତି ବୈଠକ ହେବାର ସ୍ଥିର କରାଯାଇଛି। ଉପଖଣ୍ଡ ମାନ୍ୟତା ପାଇଁ ଶତାଧିକ ଚାଷୀ ସମ୍ମତି ପ୍ରକାଶ କରିଥିବା ବେଳେ ସମାବେଶରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର ପଟେଲ, ପ୍ରସନ୍ନ ପଟେଲ, ସୋମ୍ୟ ପଟେଲ, ସୁରେଶ ପଟେଇ, ଉମାଶଙ୍କର ପ୍ରଧାନ, ପବିତ୍ର ନାଏକ, ଲୋକେନ୍ଦ୍ର ରାଉତ, ଶିବଲାଲ ଟପୋ, ଚୂଡାମଣି ପଟେଲ, ହେମନ୍ତ ସାଗର କୁମୁରା, ସଦାନନ୍ଦ ଚୌଧୁରୀ, ଅବନୀ ଦାସ ପ୍ରମୁଖ ମତବ୍ୟକ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe