କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରରେ ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଉତ୍ସବ ପାଳନ ନିମନ୍ତେ ବୁଧବାର ସ୍ଥାନୀୟ ଭଞ୍ଜ ମାର୍କେଟ ସମୁଖ ନୂତନ ଦୁର୍ଗା ମଣ୍ଡପ ଠାରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। ପୁରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟ ପୂଜାପାଠ କରିବା ସହ ଶୁଭ ଖୁଣ୍ଟି ସ୍ଥାପନା କରିଥିଲେ। ଏହି ଉତ୍ସବରେ ସ୍ଥାନୀୟ ସହରର ସମସ୍ତ ବ୍ୟବସାୟୀ ଯୋଗ ଦେଇଥିବା ବେଳେ ଦୁର୍ଗାପୂଜା କମିଟି ପକ୍ଷରୁ ମନୋଜ ମହାପାତ୍ର,ଏସ ମନସନ୍ତୋଷ ପାତ୍ର,କାଳୁ ଚରଣ ପଣ୍ଡା,ସଂଜୟ ସୁବୁଦ୍ଧି,ପ୍ରତାପ ପଣ୍ଡା,ସଞ୍ଜୟ ଆଚାର୍ଯ୍ୟ, ସନ୍ତୋଷ ମୁନୀ,ଭଗବାନ ଦାଶ,ଦେବୀ ପ୍ରସାଦ ଦାଶ, ଶ୍ରୀନାରାୟଣ ପାତ୍ର, ମାନସ ରଞ୍ଜନ ଦାଶ ସହଯୋଗ କରିଥିବା ବେଳେ ସନ୍ତୋଷ ଆଚାର୍ଯ୍ୟ ଏବଂ ସମିର କୁମାର ପାଢୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର