ଭୁବନେଶ୍ବର: ଆସନ୍ତା ୮ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଯାଜପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିବେ। ଏହା ପୂର୍ବରୁ ଏନ୍ପିସିଆଇ ସମସ୍ୟା ସମାଧାନ ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ତୁରନ୍ତ ଏନ୍ପିସିଆଇ ଓ କେୱାଇସି ସମସ୍ୟା ସମାଧାନ କରନ୍ତୁ: ପ୍ରଭାତୀ
ଶ୍ରୀମତୀ ପରିଡ଼ା କହିଛନ୍ତି, ଏବେବି ଅଢ଼େଇ ଲକ୍ଷ ଆବେଦନକାରୀଙ୍କର ଏନ୍ପିସିଆଇ ସମସ୍ୟା ରହିଛି। ସେମାନେ ୩ ଓ ୪ତାରିଖରେ ବ୍ୟାଙ୍କ ଯାଇ ଯାଞ୍ଚ କରନ୍ତୁ। ପ୍ରାୟ ୧ଲକ୍ଷ ଆବେଦନକାରୀଙ୍କର ଇ-କେୱାଇସି ସମସ୍ୟା ଅଛି। ଏହାକୁ ଆସନ୍ତା ୮ତାରିଖ ସୁଦ୍ଧା ସମାଧାନ କରିଥିଲେ ସେହିଦିନ ତାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯଦି ଏବେ ଟଙ୍କା ପାଇବେନି ତେବେ ଆସନ୍ତା ମାସେ ମଧ୍ୟରେ ଇ-କେୱାଇସି ଦାଖଲ କରିପାରିବେ। ଏହାହେଲେ ମାର୍ଚ୍ଚ ୮ରେ ଦ୍ବିତୀୟ କିସ୍ତିରେ ଉପକୃତ ହୋଇପାରିବେ। ଆସନ୍ତା ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପ୍ରଦାନ କରାଗଲେ ମୋଟ୍ ହିତାଧିକାରୀଙ୍କ ସଂଖ୍ୟା ୧କୋଟି ଟପିଯିବ ବୋଲି ଆମେ ଅାଶା କରୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/u2RxI8hlcbHNpONzYR70.jpg)