ମାଇକ୍ରୋ ଭାକ୍ୟୁମ୍ କ୍ଲିନର୍ ତିଆରି କଲେ ଚାନ୍ଦବାଲିର କୁନି ବୈଜ୍ଞାନିକ ଶୁଭମ୍ ରାଉତ

ଚାନ୍ଦବାଲି: ଚାନ୍ଦବାଲିର ଜଣେ କୁନି ବୈଜ୍ଞାନିକ ନିଜର କୁନି ହାତରେ ମାଇକ୍ରୋ ଭାକ୍ୟୁମ କ୍ଲିନର ତିଆରି କରିଥିବା ଜଣାଯାଇଛି। ଏହି ଭାକ୍ୟୁମ କ୍ଲିନର ବଡ଼ବଡ଼ ଲ୍ୟାବରେ ବୈଜ୍ଞାନିକଙ୍କୁ ସୁରକ୍ଷା ଯୋଗାଇବା ଲକ୍ଷ୍ୟ ନେଇ ଏଭଳି ଉଦ୍ଭାବନ କରିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଳକ ଖେରଙ୍ଗ ପଞ୍ଚାୟତ ରାଉତସାହି ଗାଁର ପୁଅ ଶୁଭମ ରାଉତ ନିଜସ୍ୱ ଜ୍ଞାନ କୈାଶଳରେ ତିଆରି କରିଥିବା ଭାକ୍ୟୁମ କ୍ଲିନର ଲ୍ୟାବରେ ଆଖିକୁ ଦେଖା ଯାଉନଥିବା କଣିକାକୁ ସହଜରେ ସଫା କରି ଦେବ ବୋଲି ଦାବି କରିଛନ୍ତି ।

ଖେରଙ୍ଗ ପଞ୍ଚାୟତ ରାଉତସାହି ଗାଁର ଗରିବ କୃଷକ ବାଇଧର ରାଉତ ଓ ଚାରୁଲତା ରାଉତଙ୍କ ଏକ ମାତ୍ର ପୁଅ ଶୁଭମ ରାଉତ । ବାପା ମା’ଙ୍କର ସେମିତି ଉଚ୍ଚ ଶିକ୍ଷା ନଥିବା ବେଳେ ୧୩ବର୍ଷର ବାଳକ ବାଳକ ଅଦାରକାରୀ ସିରିଞ୍ଜ,ମୋବାଇଲ ବ୍ୟାଟେରି ଓ ମୋବାଇଲ ଭାଇବ୍ରେଟର୍ ବ୍ୟବହାର କରି ମାଇକ୍ରୋ ଭାକ୍ୟୁମ କ୍ଲିନର ତିଆରି କରି ସାରା ଚାନ୍ଦବାଲି ଅଞ୍ଚଳରେ ଚର୍ଚ୍ଚିତ ହୋଇଛନ୍ତି । ସେ ତିଆରି କରିଥିବା ଭାକ୍ୟୁମ କ୍ଲିନର ମାତ୍ର ୪.୧ ସେଣ୍ଟିମିଟର ଲମ୍ବର ହୋଇଥିବା ବେଳେ ପୂର୍ବରୁ ଉଦ୍ଭାବନ ହୋଇଥିବା ଭାକ୍ୟୁମ କ୍ଲିନର ଠାରୁ ଏହା କ୍ଷୁଦ୍ର ।

ଏହା ସାରା ଦେଶରେ ସବୁଠୁ ଛୋଟ ବୋଲି ଦାବି କରିଛନ୍ତି ଶୁଭମ। ପୂର୍ବରୁ ଓଡ଼ିଆ ଯୁବକ କମଲ ୪.୫୫୧ ସେଣ୍ଟିମିଟର ଏବଂ ଆନ୍ଧ୍ରର ଟି.ସାଇ ୫.୪ ସେଣ୍ଟିମିଟର ଲମ୍ବା ତିଆରି କରିଥିବା ବେଳେ ଶୁଭମ ସବୁଠୁ କ୍ଷୁଦ୍ର ୪.୧ ସେଣ୍ଟିମିଟର ଲମ୍ବର ଭାକ୍ୟୁମ କ୍ଲିନର ତିଆରି କରି ଗିନିଜ୍ ବୁକ ରେକର୍ଡ଼ରେ ସ୍ଥାନ ପାଇବା ପାଇଁ ଆଶା କରିଛନ୍ତି ।

ସମ୍ବନ୍ଧିତ ଖବର