ଶୁଭଶ୍ରୀଙ୍କ ଆତ୍ମହତ୍ୟା ପଛରେ ବଦମାସ ବୟଫ୍ରେଣ୍ଡ: ୨୦୧୪ରେ ବିବାହ, ୨୦୧୯ରେ ଚିତ୍ତଙ୍କ ସହ କଥାବାର୍ତ୍ତା ଆରମ୍ଭ

ଭୁବନେଶ୍ୱର: ଗୁପ୍ତ ପ୍ରଣୟର ସାକ୍ଷୀ ଥିଲା ରାଜଧାନୀର ବିଭିନ୍ନ ଗେଷ୍ଟ ହାଉସ | ନିଜ ପ୍ରେମିକଙ୍କ ସହ ଅନେକ ସମୟରେ ଭୁବନେଶ୍ୱରର ବିଭିନ୍ନ ଗେଷ୍ଟହାଉସକୁ ଯାଉଥିଲେ ଶୁଭଶ୍ରୀ | ରାଜଧାନୀର ଶାସ୍ତ୍ରୀନଗରର ଶୁଭଶ୍ରୀ ମୃତ୍ୟୁ ମାମଲାରେ ପୁରୁଷବନ୍ଧୁ ଚିତ୍ତରଂଜନଙ୍କୁ ପୁଲିସ ଗିରଫ କରିଛି | ତେବେ ଏହା ପଛରେ ଥିବା ପରକୀୟା ପ୍ରୀତି ବାବଦରେ ମଧ୍ୟ ପୁଲିସ ଖୁଲାସା କରିଛି | ଡ଼ିସିପିଙ୍କ ସୂଚନା ମୁତାବକ ଶୁଭଶ୍ରୀ, ୨୦୧୪ରେ ଜଗତସିଂହପୁରର ଅନନ୍ତ ନାରାୟଣ ନାଥଙ୍କୁ ପ୍ରେମ ବିବାହ କରିଥିଲେ | ଆଉ ୨୦୧୯ରେ ଚିତ୍ତରଞ୍ଜନଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଥିଲା । କିନ୍ତୁ ଘଟଣା ପୂର୍ବଦିନ ଅର୍ଥାତ ୨୯ ତାରିଖ ଦିନ ସ୍ୱାମୀଙ୍କ ବନ୍ଧୁଙ୍କ ସହ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ଶୁଭଶ୍ରୀ ।

ଯେଉଁଥିରେ ପୁରୁଷ ବନ୍ଧୁ ଚିତ୍ତରଞ୍ଜନ ଅତିଷ୍ଠ ହୋଇ ପଡ଼ିଥିଲେ । ସେଥିପାଇଁ ଚିତ୍ତରଞ୍ଜନ ଏବଂ ଶୁଭଶ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଆଉ ଏ ଝଗଡା ବିରାଟ ରୂପ ନେଇଥିଲା । ପରେ ବାରମ୍ବାର ଶୁଭଶ୍ରୀ ବୁଝାଇବାକୁ ଚେଷ୍ଟା କରିଥିଲେ ବି କିଛି ବୁଝି ନଥିଲେ ଚିତ୍ତରଞ୍ଜନ । ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ଏହା ପରେ ଭୟରେ ଚିତ୍ତରଞ୍ଜନ ଶୁଭଶ୍ରୀଙ୍କ ଘରକୁ ଆସିଥିଲେ, ହେଲେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସେ ବଞ୍ଚେଇବାକୁ ଚେଷ୍ଟା ମଧ୍ୟ କରିଥିଲେ ।

କିନ୍ତୁ ସେତେବେଳକୁ ଶୁଭଶ୍ରୀ ଜୀବିତ ନଥିବାବେଳେ ଭୟରେ ଚାଲି ଯାଇଥିଲେ | ଆଉ ସାଙ୍ଗରେ ଶୁଭଶ୍ରୀଙ୍କ ବେକରେ ଲାଗିଥିବା ଓଢଣୀକୁ ନେଇ ଯାଇଥିଲେ । ଅନ୍ୟପକ୍ଷରେ ଚିତ୍ତରଞ୍ଜନଙ୍କ ସହ ସମ୍ପର୍କକୁ ନେଇ ପୂର୍ବରୁ ମଝିରେ ମଝିରେ ସ୍ୱାମୀ ସନ୍ଦେହ କରୁଥିଲେ । ତଥାପି ଶୁଭଶ୍ରୀ ଏବଂ ଚିତ୍ତରଞ୍ଜନଙ୍କ ଭିତରେ ସମ୍ପର୍କ ଚାଲିଥିଲା | ଏମିତି କି ଉଭୟ ବିଭିନ୍ନ ଗେଷ୍ଟ ହାଉସକୁ ମଧ୍ୟ ଯାଉଥିଲେ ବୋଲି ଡିସିପି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର