‘ଶୁଭ୍ରାଂଶୁ’ ର ରକ୍ତ ଶୋଷିନେଲେ ଟିଙ୍କ, ସାମ୍ନାକୁ ଆସିଲା ବାଘ ମୃତ୍ୟୁର ରିପୋର୍ଟ

ଭୁବନେଶ୍ୱର: ଟିଙ୍କ ପାଇଁ ଯାଇଛି ମହାବଳ ବାଘ ଶୁଭ୍ରାଂଶୁର ଜୀବନ | ପ୍ରାଥମିକ ଶବ ବ୍ୟବଛେଦ ରିପୋର୍ଟରେ ଏ ନେଇ ଖୁଲାସା ହୋଇଛି | ଟିଙ୍କ ବାହିତ ଭୁତାଣୁ ଯୋଗୁଁ ଶୁଭ୍ରାଂଶୁର ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି | ଏହି ଘଟଣା ପରେ ଚେତିଛନ୍ତି ନନ୍ଦନକାନନ କର୍ତୃପକ୍ଷ | ଟିଙ୍କ ଦାଉରୁ ଜନ୍ତୁଙ୍କୁ ରକ୍ଷା କରିବା ପାଇଁ କେମିକାଲ ସ୍ପ୍ରେ କରାଯିବା ସହ ବାଘଙ୍କ ଏଂକ୍ଲୋଜର ସଫା ରଖିବାକୁ ନିଷ୍ପତ୍ତି ନିଆଯାଇଛି |

ଏଠାରେ ସୂଚନା ଥାଉ କି ମଙ୍ଗଳବାର ସକାଳ ୧୦ଟା ୧୫ ମିନିଟ୍‌ରେ ନନ୍ଦନକାନନରେ ମୃତ୍ୟୁ ଘଟିଥିଲା । ଏହାପରେ ଶୁଭ୍ରାଂଶୁର ବ୍ୟବଛେଦ କରାଯାଇଥିଲା | ମୃତ୍ୟୁ ପରେ ନନ୍ଦନକାନନରେ ମହାବଳ ବାଘ ସଂଖ୍ୟା ୮କୁ ଖସିଛି |

୨୦୧୪ ମସିହା ଜୁଲାଇ ୧୮ ତାରିଖରେ ଧଳା ବାଘୁଣୀ ସ୍ନେହା ଓ ନାଲି ବାଘ ମନିଷର ମିଳନରୁ ଶୁଭ୍ରାଂଶୁ ଜନ୍ମ ହୋଇଥିଲା। ଶୁଭ୍ରାଂଶୁର ମୃତ୍ୟୁ ପରେ ମହାବଳ ବାଘ ସଂଖ୍ୟା ୮କୁ ଖସିଥିବା ବେଳେ ସମୁଦାୟ ବାଘ ସଂଖ୍ୟ ନନ୍ଦନକାନନରେ ୨୫କୁ ଖସିଛି।

ସମ୍ବନ୍ଧିତ ଖବର