କେସିସି ବ୍ୟାଙ୍କ ସଭାପତି ନିର୍ବାଚନ ପାଇଁ ୯ରେ ନାମାଙ୍କନପତ୍ର ଦାଖଲ

ଜୟପୁର: କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (କେସିସି ବ୍ୟାଙ୍କ)ର ସଭାପତି ପଦବୀ ନିର୍ବାଚନ ପାଇଁ ଆସନ୍ତା ୯ତାରିଖ ଦିନ ନାମାଙ୍କନ ଦାଖଲ ରହିଛି। ୯ତାରିଖ ଦିନ ହିଁ ତାଲିକା ପ୍ରକାଶ, ଯାଂଚ, ଅଭିଯୋଗ ଉପରେ ନିର୍ବାଚନ ଅଧିକାରୀଙ୍କ ଶୁଣାଣୀ, ପ୍ରାର୍ଥୀପତ୍ରପ୍ରତ୍ୟାହାର, ଚୁଢ଼ାନ୍ତ ପ୍ରାର୍ଥୀ ତାଲିକା ସହ ସଂକେତ ପ୍ରଦାନ ରହିଛି ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ବେଦବର ପ୍ରଧାନ। ଏହି ପଦବୀ  ପାଇଁ ଯଦି ପ୍ରାର୍ଥୀ ବାହାରି ନାମାଙ୍କନପତ୍ର ଦାଖଲ କରନ୍ତି ତେବେ ୧୫ତାରିଖଦିନ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ। ଦିନ ୧୨ଟା ପରେ ଭୋଟ ଗଣନା  କରାଯିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ। ୧୫ଟି ନିର୍ଦେଶକ ମଧ୍ୟରୁ ୫ଜଣ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୧୦ ଜଣ ନିର୍ବାଚିତ ହୋଇଛନ୍ତି।

୧ନଂରେ ଉଦୟନାଥ ମାଡ୍ରୀ, ୨ନଂରେ ପ୍ରଭା ଜାନୀ, ୩ନଂରେ ଦୃପତା ଭତରା, ୪ନଂରେ ବିପ୍ଲବନୀ ନାୟକ, ୫ନଂରେ ଶ୍ୟାମଲାଲ ବଞାରା, ୬ନଂରେ ବୃନ୍ଦାବନ ଶବର , ୭ନଂରେ ଜଗନ୍ନାଥ ନୃନ୍ଦୃକା, ୮ନଂରେ ଗୋପି ପାଙ୍ଗୀ,  ୯ନଂରେ ସାଲିମଧର ଭତରା, ୧୦ନଂରେ ବି.ତିରୁପତି ରାଓ, ୧୧ନଂରେ ରମାକାନ୍ତ ରାଉଳ, ୧୨ନଂରେ ସଂଘମିତ୍ରା ପଟ୍ଟନାୟକ, ୧୩ନଂରେ ଡ.ଇନ୍ଦିରା ନନ୍ଦ , ୧୪ନଂରେ ଇଂ. ଇଶ୍ବର ପାଣିଗ୍ରାହୀ ଓ ୧୫ନଂରେ ଭୀମ ହରିଜନ ନିର୍ବାଚିତ ହୋଇଛନ୍ତି। ଏହି ୧୫ଜଣ ହିଁ ସେମାନଙ୍କ ମଧ୍ୟରୁ ଜଣେ ନିର୍ଦେଶକଙ୍କୁ ସଭାପତି ଭାବେ ବାଛିବେ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ।

ସମ୍ବନ୍ଧିତ ଖବର