ସୁବୋଧ ଚନ୍ଦ୍ରଙ୍କୁ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଦାୟିତ୍ବ

ଭୁବନେଶ୍ବର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ନିର୍ବାହୀ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ତେବେ ସ୍ଥାୟୀ ନିଯୁକ୍ତି ନ ହେବା ଯାଏ ଶ୍ରୀ ଆଚାର୍ଯ୍ୟ ଏହି ଦାୟିତ୍ବ ତୁଲାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ଚଳିତ ସପ୍ତାହରେ କେନ୍ଦ୍ରର ମୁଖ୍ୟ ନିର୍ବାହୀ ପଦବିର ସ୍ଥାୟୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, କେନ୍ଦ୍ରର ପୂର୍ବତନ ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁଙ୍କ କାର୍ଯ୍ୟକାଳ ୨୦୨୧ ଜୁନ୍‌ରେ ଶେଷ ହେଉଥିବା ବେଳେ ଆଉ ୬ ମାସ ଅର୍ଥାତ ଡିସେମ୍ବର ୩୧ ତାରିଖ ଯାଏ ତାଙ୍କ କାର୍ଯ୍ୟକାଳକୁ ବଢ଼ାଯାଇଥିଲା।

ସମ୍ବନ୍ଧିତ ଖବର