ଭୁବନେଶ୍ବର : ସୁବୋଧ କୁମାର ନାୟକ ରାଜ୍ୟର ନୂଆ ଡ୍ରଗ୍ସ କଣ୍ଟ୍ରୋଲର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଥିବା ଅନ୍ନଦା ଶଙ୍କର ଦାସ ଗୁରୁବାର ଅବସର ଗ୍ରହଣ କରିବା ପରେ ଶ୍ରୀ ନାୟକଙ୍କୁ ଭାରପ୍ରାପ୍ତ ଡ୍ରଗ୍ସ କଣ୍ଟ୍ରୋଲର ଭାବେ ଦାୟିତ୍ବ ଦିଆଯାଇଛି। ପରବର୍ତୀ ନିର୍ଦେଶନାମା ପ୍ରକାଶ ପାଇବା ପର୍ଯ୍ୟନ୍ତ ଶ୍ରୀ ନାୟକ ଏହି ଦାୟିତ୍ବରେ ରହିବେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହାସହ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦେଶାଳୟରେ ୩ଜଣ ଅଧିକାରୀଙ୍କୁ ଯୁଗ୍ମ ଡ୍ରଗ୍ସ କଣ୍ଟ୍ରୋଲର ଭାବେ ପଦୋନ୍ନତି ଦିଆଯାଇଛି। ଡ୍ରଗ୍ସ କଣ୍ଟ୍ରୋଲର ଭାରପ୍ରାପ୍ତ ଦାୟିତ୍ବରେ ଥିବା ଶ୍ରୀ ନାୟକଙ୍କୁ ଯୁଗ୍ମ ଡ୍ରଗ୍ସ କଣ୍ଟ୍ରୋଲର, ଗୁଇନ୍ଦା ଓ ଏନ୍ଫୋର୍ସମେଣ୍ଟ ଦାୟିତ୍ବ ଦିଆଯାଇଛି। ଏହାସହ ନୀଳମାଧବ ଦାଶଙ୍କୁ ପଦୋନ୍ନତି ପରେ ଯୁଗ୍ମ ଡ୍ରଗ୍ସ କଣ୍ଟ୍ରୋଲର କ୍ବାଲିଟି କଣ୍ଟ୍ରୋଲ, ଉପ-ଡ୍ରଗ୍ସ କଣ୍ଟ୍ରୋଲର ଥିବା ମାମିନା ପଟ୍ଟନାୟକ ପଦୋନ୍ନତି ପରେ ରାଜ୍ୟ ଔଷଧ ନିଗମର ମହାପ୍ରବନ୍ଧକ(କ୍ବାଲିଟି ଆସ୍ୟୁରାନ୍ସ) ଓ ନିଗମରେ ଡେପୁଟେସନ୍ରେ ଥିବା ଅଶୋକ ପାତ୍ରଙ୍କୁ ଫେରାଇ ଅଣାଯାଇ ଉପ-ଡ୍ରଗ୍ସ କଣ୍ଟ୍ରୋଲର(ଗୁଇନ୍ଦା) ସହିତ ଉତ୍ତର ଜୋନ୍ର ଡିଡିସି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।