ଭୁବନେଶ୍ୱର: କରୋନାକୁ ନେଇ ଓଡ଼ିଶାରେ ସେମିତ ଭୟଙ୍କର ପରିସ୍ଥିତି ଦେଖାଯାଇ ନାହିଁ । ତେଣୁ ଲୋକେ ବ୍ୟସ୍ତ ହୁଅନ୍ତୁ ନାହିଁ । ଓଡ଼ିଶା ସରକାରଙ୍କ କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀ ଏହା କହିଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି, ଭାରତୀୟ ବାୟୁସେନାର ବିମାନ ଘାଟୀ ଗୁଡ଼ିକରେ ଏକ ସାଇନବୋର୍ଡ ରଖାଯାଇଥାଏ । ଏଥିରେ ଲେଖାଯାଇଥାଏ ଯେ, ଶାନ୍ତ ସମୟରେ ଝାଳ ବୁହାଇଲେ, ଯୁଦ୍ଧ ସମୟରେ ରକ୍ତ ବୁହାଇବାକୁ ପଡ଼ିବ ନାହିଁ । ଏଥିରୁ ଆମକୁ ବୁଝିବାକୁ ହେବ ଯେ, ବିପଦ ନ ଆସିବା ପୂର୍ବରୁ ସତର୍କ ରହିଲେ କରୋନା ସହିତ ମୁକାବିଲା କରିହେବ ।

Advertisment

ଶ୍ରୀ ବାଗଚୀ କହିଛନ୍ତି, କର୍ଫ୍ୟୁ ଏକ ଦୃଢ଼ ପଦକ୍ଷେପ । ଏହାର ଅନୁଭୁତି ସରକାରୀ କଳ ଯେତିକି ସତେଚନ ରହିବା ଦରକାର, ତାଠାରୁ ଅଧିକ ସାମାଜର ଲୋକଙ୍କୁ ହୃଦୟଙ୍ଗ କରିବା ଆବଶ୍ୟକ । ଏହି ଯେଉଁ କର୍ଫ୍ୟୁ ଜାରି ହେଲା, ତାହାର ତାଲିକା ପୂର୍ବରୁ ଦିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସବୁ ଏରିଆ ଯଥା ୧୪ଟି ଗ୍ରାମପଂଚାୟତ ଅନ୍ଧାରୁଆ, କାଳରହଙ୍ଗା, ରଘୁନାଥପୁର, ବରିମୁଣ୍ଡା, ଦାରୁଠେଙ୍ଗା/ଚନ୍ଦକା, ଧଉଳି, ଜାଁଳା, ସିଜୁଆ, ବାଳକାଟି, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀରେ ମଧ୍ୟ ସଟ୍‌ଡାଉନ୍ ଲାଗୁହେବ । ସେହିପରି କଟକ ମହାନଗର ନିଗମ ଓ ଭଦ୍ରକ ପୌରପାଳିକା ଅଞ୍ଚଳରେ ସଟ୍‌ଡାଉନ୍ ଲାଗୁ ହେବ ।

କୋଭିଡ-୧୯ ପ୍ରମୁଖ ମୁଖପାତ୍ର କହିଛନ୍ତି, ଏହି କର୍ଫ୍ୟୁ ସମୟ କାଳରେ ଚିକିତ୍ସାଳୟ, ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ, ଟେଲିଫୋନ, ଆଇଟି ସେବା ଜାରି ରହିବ । ସେହିପରି ପେଟ୍ରୋଲ ପମ୍ପ ଖୋଲା ରହିବ । କମିସନରେଟ ପୁଲିସ ଦ୍ୱାରା ଚିହ୍ନିଟ ଗଣମାଧ୍ୟମର କିଛି ପ୍ରତିନିଧିଙ୍କୁ ପାସ ଯୋଗଇ ଦିଆଯିବ । ମାଲଗାଡ଼ି ରେଳସେବା, ଜଳ ଯୋଗାଣ, ସଫେଇ କାର୍ଯ୍ୟାଳୟ, ମାଲ ପରିବହନ କରୁଥିବା ଯାନବାହନ ଚାଲିବ । ଲକଡାଉନପାଇଁ ଦିଆଯାଇଥିବା ପାସଗୁଡ଼ିକ କର୍ଫ୍ୟୁ ସମୟରେ ଲାଗୁ ରହିବ ନାହିଁ । କର୍ଫ୍ୟୁ ପାଇଁ ଜାତୀୟ ରାଜପଥ ଖୋଲା ରହିବ । ସୂଚୀତ ଔଷଧ ଦୋକାନ ଗୁଡ଼ିକ ମଧ୍ୟ ଖୋଲା ରହିବ ।