ଭୁବନେଶ୍ବର: ନିକଟରେ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷଙ୍କ ଅଧ୍ୟକ୍ଷ ପଦବିରୁ ଇସ୍ତଫା ଦେଇଥିବା ସୁବ୍ରତ ବାଗ୍ଚୀଙ୍କୁ ପୁଣି ନୂଆ ଦାୟିତ୍ବ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ସମସ୍ତ ପ୍ରାଶାସନିକ ତାଲିମ ପ୍ରତିଷ୍ଠାନଗୁଡ଼ିକର ଦାୟିତ୍ବ ଦେଇଛନ୍ତି। ଏହାସହ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ଭବିଷ୍ୟତକୁ ନଜରରେ ରଖି ପ୍ରଶାସନିକ ତାଲିମ ପ୍ରତିଷ୍ଠାନଗୁଡ଼ିକୁ ବିଶ୍ବସ୍ତରୀୟ ସଂସ୍ଥାନରେ ପରିଣତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିବ ବୋଲି କୁହାଯାଇଛି। ଏସବୁ ପ୍ରତିଷ୍ଠାନଗୁଡ଼ିକ ଉଭୟ ପ୍ରବେଶ ସ୍ତରରେ ଓ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀଙ୍କ ପାଇଁ ନେତୃତ୍ବ ଦକ୍ଷତା ବୃଦ୍ଧି କରିବା ଦିଗରେ ଯେପରି ସହାୟକ ହେବେ ସେଥିପାଇଁ ଶ୍ରୀ ବାଗ୍ଚୀ ଏକୀକୃତ ଦିଗ ପ୍ରଦାନ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ସୁବ୍ରତ ବାଗ୍ଚୀଙ୍କୁ ନୂଆ ଦାୟିତ୍ବ: ସଂସ୍ଥାଗତ ଦକ୍ଷତା ବିକାଶର ମୁଖ୍ୟ ଉପଦେଷ୍ଟା ନିଯୁକ୍ତ
କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଲା