ଶ୍ରୀମନ୍ଦିରରେ ସୁବ୍ରତ ରୟ

ପୁରୀ : ସାହାରା ଇଣ୍ଡିଆ ସଂସ୍ଥାର ପ୍ରତିଷ୍ଠାତା ଅଧ୍ୟକ୍ଷ ସୁବ୍ରତ ରୟ ଗତକାଲି ବିଳମ୍ବିତ ରାତ୍ରିରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପହଡ଼ ହେବାର ମାତ୍ର କିଛି ସମୟ ପୂର୍ବରୁ ସେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କର ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ ବଡ଼ସିଂହାର ବେଶରେ ଥାଇ ଦର୍ଶନ କରିଥିବାରୁ ସେ ନିଜକୁ କୃତାର୍ଥ ମଣିଛନ୍ତି। ସାଧାରଣ ଜନତାଙ୍କ ଅର୍ଥ ଠକେଇ ଅଭିଯୋଗରେ ଜେଲ୍‌ ଯାଇଥିବା ଏହି ଚର୍ଚ୍ଚିତ ଚେହେରାଙ୍କୁ ପାଖରୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିବା ପୂର୍ବରୁ ସେ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରି ଯାଇଥିଲେ। ତେବେ ଯିବା ପୂର୍ବରୁ ଭିତରେ ମା’ ବିମଳାଙ୍କ ମନ୍ଦିର ସହ ମା’ ଲକ୍ଷ୍ମୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ମୁକ୍ତିମଣ୍ଡପରେ ମଧ୍ୟ ଆଶୀର୍ବାଦ ଭିକ୍ଷା କରିଥିଲେ। ସେ ସାହାରା ଇଣ୍ଡିଆର କର୍ମଚାରୀ ଓ ଜମାକାରୀଙ୍କର ଶୁଭ ମନାସି ଥିବା ତାଙ୍କର କୌଳିକ ପଣ୍ଡା କହିଛନ୍ତି। ଶ୍ରୀ ରୟ ବର୍ଷେ ତଳେ ପୁରୀ ଆସିଥିଲେ। ହେଲେ ମହାପ୍ରଭୁଙ୍କ ଦର୍ଶନ କରି ପାରିନଥିଲେ।

ସମ୍ବନ୍ଧିତ ଖବର