ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ତଥା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଡ.ସୁବ୍ରତ ବାଗଚୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ଦାନ କରିଛନ୍ତି। ଏହି ଅର୍ଥ ସେ କୋଭିଡ୍ ମୁକାବିଲା କ୍ଷେତ୍ରରେ ଉପଯୋଗ ଲାଗି ପ୍ରଦାନ କରିଛନ୍ତି। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ଜନ୍ମିତ ବାଗଚୀ ଏବଂ ତାଙ୍କର ପତ୍ନୀ ତଥା ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ କାର୍ଯ୍ୟକ୍ରମର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଶୁକ୍ରବାର ଲୋକସେବା ଭବନକୁ ଯାଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଏହି ଅର୍ଥରାଶିର ଚେକ୍ ପ୍ରଦାନ କରିଛନ୍ତି। ଏହି ଅର୍ଥ ସେ ବଲାଙ୍ଗୀର ଜିଲ୍ଲାରେ କୋଭିଡ୍ ମୁକାବିଲା ଲାଗି ଖର୍ଚ୍ଚ କରିବାକୁ ଅନୁରୋଧ କରିଛନ୍ତି। ଆଜି ଏହି ଖବର ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
Chairman of @skilled_odisha Sri Subroto Bagchi and Chairperson, Mo School Abhiyan Smt. Susmita Bagchi contributed Rs. 2.5 cr to CMRF for fight against #Covid19. They presented the cheque to @SecyChief at Lok Seba Bhawan today. pic.twitter.com/i4eMiJdzGm
— I & PR Department, Odisha (@IPR_Odisha) June 5, 2020
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ମାସରୁ ପ୍ରତିଦିନ ଅପରାହ୍ଣ ୪ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ମୁକାବିଲା ନେଇ କରାଯାଉଥିବା ଗୀତଗୋବିନ୍ଦ ସଦନରେ ସାମ୍ବାଦିକ ସମ୍ମିଳନୀ ପରିଚାଳନା କରୁଥିବା ସୁବ୍ରତ ବାଗଚୀଗତ ମାସ ୧୫ ତାରିଖଠାରୁ ଆଉ ସେହି ଭୂମିକାରେ ଦେଖିବାକୁ ମିଳୁ ନ ଥିଲେ। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ନିୟମିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ ବନ୍ଦ ରହିଥିଲା। ଏଥି ସହ ବାଗଚୀଙ୍କ ଅନୁପସ୍ଥିତିକୁ. ନେଇ ମଧ୍ୟ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଥିଲା। ତେବେ ମୁଖ୍ୟ ମୁଖପାତ୍ର ବାଗଚୀ ଖୁବ୍ ଶୀଘ୍ର ତାଙ୍କ ପୂର୍ବ ଭୂମିକାକୁ ଫେରିବେ ବୋଲି ଆଲୋଚନା ହେଉଛି।