କୋଭିଡ୍‌ ଲଢ଼େଇ ପାଇଁ ଅଢ଼େଇ କୋଟି ଦେଲେ ବାଗ୍‌ଚୀ ଦମ୍ପତି

ଭୁବନେଶ୍ବର : କରୋନା ମହାମାରୀ ସଂଗ୍ରାମ ପାଇଁ ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ୍‌ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗଚୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଆଜି ଲୋକସେବା ଭବନରେ ଉଭୟ ବାଗଚୀ ଦମ୍ପତି ଏହି ପରିମାଣର ଏକ ଚେକ୍‌ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କୁ ପ୍ରଦାନ କରିଛନ୍ତି। ଏହି ଅର୍ଥ ବଲାଙ୍ଗୀର ଜିଲ୍ଲାରେ ସରକାରଙ୍କ ତରଫରୁ ଖର୍ଚ୍ଚ କରାଯାଉଥିବା ବ୍ୟାପକ କୋଭିଡ୍‌ ନିରାକରଣ ଓ ସହାୟତା କାର୍ଯ୍ୟକ୍ରମ ବାବଦରେ ସହଯୋଗ ସ୍ବରୁପ ପ୍ରଦାନ କରିଥିବା ଶ୍ରୀ ବାଗଚୀ କହିଛନ୍ତି। ଚେକ୍‌ ଗ୍ରହଣ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଉଭୟଙ୍କୁ ସରକାରଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର