ଏୟାର ଏସିଆକୁ ସବ୍‌ସିଡି ନେଇ ନିଷ୍ପତ୍ତି ହୋଇପାରିଲାନି

ଭୁବନେଶ୍ୱର : ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ଉଡ଼ାଣ କରୁଥିବା ଏୟାର ଏସିଆକୁ ରାଜ୍ୟ ସରକାର ଆଉ ସବ୍‌ସିଡି ଦେବେ କି ନାହିଁ ସେନେଇ କିଛି ନିଷ୍ପତ୍ତି ନିଆଯାଇପାରିନି। ଗତ ଏପ୍ରିଲ୍‌ ୨୬ତାରିଖରୁ ଏୟାର ଏସିଆର ସବ୍‌ସିଡି ଅବଧି ଶେଷ ହୋଇଥିବାବେଳେ ଏବେ ବିନା ସବ୍‌ସିଡିରେ ଏୟାର ଏସିଆ ଅନ୍ତର୍ଜାତୀୟ ଉଡ଼ାଣ କରୁଛି। କିନ୍ତୁ ପ୍ରତି ଉଡ଼ାଣ ପାଇଁ ସବ୍‌ସିଡି ନଦେଲେ ଭବିଷ୍ୟତରେ ଉଡ଼ାଣ କରିବା ଅସମ୍ଭବ ବୋଲି ଏୟାର ଏସିଆ କର୍ତ୍ତୃପକ୍ଷ କହିବା ପରେ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଆଜିର ବୈଠକରେ କେତେ ସବ୍‌ସିଡି ଦିଆଯିବ, କେମିତି ଦିଆଯିବ, ସବ୍‌ସିଡି ଦେଲେ ଯାହା ସର୍ତ୍ତ ରହିବ ସେ ବିଷୟରେ ଆଲୋଚନା ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଏୟାର ଏସିଆ କର୍ତ୍ତୃପକ୍ଷଙ୍କୁ କହିଥିଲେ ଯେ, ଭୁବନେଶ୍ୱରରୁ ବ୍ୟାଙ୍କକ୍‌ କିମ୍ବା କଲୋମ୍ବୋକୁ ବିମାନ ଉଡ଼ାଣ କରିବାକୁ ପ୍ରତିଶ୍ରୁତି ଦେଲେ ସବ୍‌ସିଡି ନେଇ ଆଲୋଚନା ହେବ। ଏୟାର ଏସିଆ କର୍ତ୍ତୃପକ୍ଷ ଏନେଇ କିଛି ଦିନ ସମୟ ମାଗିବାରୁ ସବ୍‌ସିଡି ପ୍ରଦାନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିନି।

ସମ୍ବନ୍ଧିତ ଖବର