ଭୁବନେଶ୍ବର : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସମ୍ବଲପୁର-ଅନୁଗୁଳ ରେଳପଥରେ କେରଜଙ୍ଗ ଓ ଜରପଡ଼ା ଷ୍ଟେସନ ମଧ୍ୟରେ ରାସ୍ତା ବ୍ୟବହାରକାରୀଙ୍କ ସୁବିଧା ପାଇଁ ରେଳଧାରଣା ତଳେ ରୋଡ ଅଣ୍ଡର ବ୍ରିଜ (ଉପମାର୍ଗ) କାର୍ଯ୍ୟକ୍ଷମ ହୋଇଛି। ଏଥିସହ ଏଠାରେ ଥିବା ମାନବ ରହିତ ଲେବଲ କ୍ରସିଂକୁ ରେଳବାଇ ପକ୍ଷରୁ ବନ୍ଦ କରାଯାଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଲେବଲ କ୍ରସିଂ ଅନୁଗୁଳ ଜିଲ୍ଲାର ପରିପଡ଼ା ଓ କେରଜଙ୍ଗ ପଞ୍ଚାୟତ ରାସ୍ତାକୁ ସଂଯୋଗ କରୁଥିଲା। ଉଭୟ ରେଳ ଓ ରାସ୍ତା ବ୍ୟବହାରକାରୀଙ୍କ ସୁବିଧା ସହିତ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଠାରେ ଉପମାର୍ଗ ନିର୍ମାଣ ହୋଇଛି। ଏଥିପାଇଁ କେରଜଙ୍ଗ ଓ ଜରପଡ଼ା ଷ୍ଟେସନ ମଧ୍ୟରେ କିଲୋମିଟର ୧୪୦ର ୭-୮ ମାଇଲ ଖୁଣ୍ଟ ମଧ୍ୟରେ ଥିବା ମାନବ ରହିତ ଲେବଲ କ୍ରସିଂ ଏସଟି-୯୨କୁ ବନ୍ଦ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହାକୁ ଅନୁମୋଦନ ମିଳିଛି।
କେରଜଙ୍ଗ ଓ ଜରପଡ଼ା ଷ୍ଟେସନ ମଧ୍ୟରେ ଉପମାର୍ଗ କାର୍ଯ୍ୟକ୍ଷମ
/sambad/media/post_attachments/wp-content/uploads/2020/09/images-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)