ଅଗ୍ନି-୨ର ପରୀକ୍ଷଣ ସଫଳ

ଚାନ୍ଦବାଲି: ଭଦ୍ରକର ଅବଦୁଲ୍‌ କାଲାମ ହ୍ଵିଲର ଦୀପରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ପରୀକ୍ଷଣ ଆଜି ସଫଳ ହୋଇଛି। ପୂର୍ବ ନିର୍ଧାରିତ ସକାଳ ୮ଟା ୩୮ ମିନିଟ୍‌ରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ଧାମରାର ହ୍ଵିଲର ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ଅଗ୍ନି-୨ର ଉତକ୍ଷେପଣ କରାଯାଇଥିଲା। ସକାଳ ୭ଟାରୁ ଅପରାହ୍ନ ୩ଟା ପଯ୍ୟର୍ନ୍ତ ସମୟ ନିର୍ଧାରଣ କରାଯାଇଥିବା ବେଳେ, ପାଗ ଅନୁକୂଳ ଦେଖି ସକାଳେ ଏହାର ପରୀକ୍ଷଣ ହୋଇଥିଲା। ଅଗ୍ନି-୨ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଭାବରେ ପରିଚିତ। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭାରତ ଡ଼ାଇନାମିକ୍‌ ଲିମିଟେଡ଼ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା। ୨୫ରୁ ୩୫ କୋଟି ଟଙ୍କା ବିନିମୟରେ ନିର୍ମିତ ଏହି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରଟିର ଲମ୍ବ ୨୦ମିଟର, ମୋଟେଇ ୧.୩ ମିଟର ଓଜନ ୧୭ଟନ୍‌ ଥିବା ବେଳେ ୧୦୦୦ କିଲୋଗ୍ରାମ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରହିଛି। ଏହାର ବେଗ ସେକେଣ୍ଡ ପ୍ରତି ୩.୯ କିଲୋମିଟର ରହିଛି। ଏହି କ୍ଷେପଣାସ୍ତ୍ର ଯେକୌଣସି ରେଲ୍‌ ମୋବଇଲ ଲଞ୍ଚରରୁ ପରୀକ୍ଷା କରାଯାଇପାରିବ। ଅଗ୍ନି-୨ର ମାରକ କ୍ଷମତା ୨୦୦୦ କିଲୋମିଟରରୁ ଅଧିକା ଅଗ୍ନି-୨, ୧୯୯୯ ମସିହା ଏପ୍ରିଲ ୧୧ରେ ପ୍ରଥମ ଥର ପାଇଁ ପରୀକ୍ଷା କରାଯାଇଥିଲାା ୨୦୧୧ ନଭେମ୍ବର ୧୫ତାରିଖରେ, ୨୦୧୩ ଏପ୍ରିଲ ୭ରେ ଏହାର ପରୀକ୍ଷଣ ହୋଇଥିଲା। ଶେଷ ଥର ପାଇଁ ୨୦୧୭ ମେ ୪ତାରିଖରେ ଏହାର ସଫଳ ପରୀକ୍ଷା ହୋଇଥିଲା।

ସମ୍ବନ୍ଧିତ ଖବର