ମ.ରାମପୁର: ଭାବାନୀପାଟଣାର ମ.ରାମପୁର ଅବକାରୀ ବିଭାଗକୁ ସର୍ଚ୍ଚ ଅପରେସନରେ ଏକ ବଡ଼ ଧାରଣର ସଫଳତା ମିଳିଛି। ସୂଚନାରୁ ପ୍ରକାଶ ଯେ, ସୋମବାର ସକାଳ ସମୟରେ ସ୍ଥାନୀୟ ଅବକାରୀ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥ ୫୯ ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସନ୍ଦେହରେ ଏକ ମାରୁତି ସୁଜୁକି ନଂ ଓ ଆର ୦୨ ଏ ପି ୦୧୫୫ ଯାଞ୍ଚ କରିଥିଲେ।
ଗାଡ଼ିରୁ ୧୫ କେଜି ଗଞ୍ଜେଇ ଥିବା ବେଳେ ଗାଡ଼ି ସହିତ ଦୁଇ ଜଣଙ୍କୁ କାବୁ କରିଥିଲେ। ଜଣକ ନାମ ମହମ୍ମଦ ଇମତିୟାଜ୍ ଓ ଅନ୍ୟ ଜଣେ ସାହିଲ ବାଗ।
ଏହି ଚୋରା ଚାଲାଣ ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନ ଗିରି ଠାରୁ ବଲାଙ୍ଗୀରଜିଲ୍ଲା କଣ୍ଟାବାଞ୍ଜିକୁ ହେଉଥିବା ସୂଚନା ମିଳିଛି।
ଅବକାରୀ ବିଭାଗ ମାରୁତି ଓ ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଚୋରା ଚାଲାଣକାରୀଙ୍କୁ କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ଦେବାଶିଷ ସିର୍ଦାର ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଅଧିକାରୀଙ୍କ ସମେତ ଏଏସଆଇ ଆର୍ତ୍ତତ୍ରାଣ ବହିଦାର,ବଲେଶ୍ଵର ଧଙ୍ଗଡା ମାଝୀ,କନଷ୍ଟେବଳ ସିମାଞ୍ଚଲ ମାଝୀ,ଦଇତାରୀ ତାଣ୍ଡି,ବିନିତା କୁମାର ପ୍ରମୁଖ ସାମିଲ ଥିଲେ।
Kalahandi | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/21/success-for-mrampur-excise-department-15-kg-of-marijuana-seized-2025-07-21-21-29-08.jpg)