ଭୁବନେଶ୍ୱର : ହରିଆନାର ମାନେଶ୍ୱର ଠାରେ ଥିବା ଏନ୍‌.ଏସ୍‌.ଜି ପରିସରରେ ଚଳିତ ମାସ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୧୯ତମ ସର୍ବଭାରତୀୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଚାଲିଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶା ପୁଲିସ ଦଳଗତ ଭିତ୍ତିରେ ତୃତୀୟ ସ୍ଥାନ ହାସଲ କରିଛି। ଏହି ପ୍ରତିଯୋଗିତାରେ ରାଜସ୍ଥାନ ପୁଲିସ ଦଳ ସମୁଦାୟ ୧୭୦୬ ପଏଣ୍ଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତାମିଲନାଡୁ ପୁଲିସ ୧୬୭୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଏବଂ ଓଡ଼ିଶା ପୁଲିସ ୧୬୬୨ ପଏଣ୍ଟ ସହ ତୃତୀୟ ସ୍ଥାନ ହାସଲ କରିଛି।

Advertisment

ସର୍ବଭାରତୀୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଓଡ଼ିଶା ପୁଲିସର ହାବିଲଦାର ଯୁଗରାଜ ଥାପା ୫୦ମିଟର କାର୍ବାଇନ୍‌ (ନିଲିଙ୍ଗ ପୋଜିସନ୍‌)ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶ୍ରୀ ଥାପା ବର୍ତ୍ତମାନ ଏସ୍‌.ଓ.ଜି ଚନ୍ଦକା ଠାରେ ହାବିଲଦାର ଭାବେ କାର୍ଯ୍ୟରତ। ସର୍ବଭାରତୀୟ ପୁଲିସ ବନ୍ଧୁକ ଚଳନା ପ୍ରତିଯୋଗିତାରେ ୨୩ଟି ରାଜ୍ୟ ପୁଲିସ ଦଳ ଓ ୮ଟି କେନ୍ଦ୍ରୀୟ ପୁଲିସ ସଙ୍ଗଠନକୁ ମିଶାଇ ସମୁଦାୟ ୩୧ଟି ଦଳ ଅଂଶ ଗ୍ରଂହଣ କରିଥିଲେ। ଓଡ଼ିଶା ପୁଲିସର ଏକ ୩୮ ଜଣିଆ ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।