ଜେଇଇ ମେନ୍‌ରେ କେଏମ୍‌ବିବି ଛାତ୍ରଙ୍କ ସଫଳତା

ଭୁବନେଶ୍ୱର : ଜେଇଇ ମେନ୍‌ ପରୀକ୍ଷା‌ରେ କେଏମ୍‌ବିବି କଲେଜ ଛାତ୍ର ଅପୂର୍ବ ଯଶୋବର୍ଦ୍ଧନ ମିଶ୍ର ସଫଳତା ହାସଲ କରିଛନ୍ତି। ସେ ପ୍ରଥମଥର ଲାଗି ଜେଇଇ ମେନ୍‌ ‌ପରୀକ୍ଷା ଦେଇ ୯୧.୯୪% ପର୍ସେଣ୍ଟାଇଲ୍‌ ପାଇଛନ୍ତି। ଫିଜିକ୍ସରେ ୯୧.୦୯ ପର୍ସେଣ୍ଟାଇଲ୍‌ ରଖିଥିବା ବେଳେ କେମେଷ୍ଟ୍ରିରେ ୯୧.୬୫ ପର୍ସେଣ୍ଟାଇଲ୍‌ ପାଇଛନ୍ତି। ପ୍ରମୋଦ କୁମାର ମିଶ୍ର ଓ ଦୀପ୍ତି ମିଶ୍ରଙ୍କ ସୁପୁତ୍ର ଅପୂର୍ବ ଆଗକୁ ଆହୁରି ଭଲ କରିବାକୁ ‌ଉଦ୍ୟମ କରିବେ ବୋଲି କହିଛନ୍ତି। ତାଙ୍କର ଏଭଳି ସଫଳତା ନେଇ କେଏମ୍‌ବିବି କଲେଜ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

ସମ୍ବନ୍ଧିତ ଖବର