ମାଟ୍ରିକ୍‌ ପରୀକ୍ଷାରେ ନୀଳକଣ୍ଠନଗର ଏସ୍‌ଏସ୍‌ଭିଏମ୍‌ର ସଫଳତା

ବ୍ରହ୍ମପୁର : ବୁଧବାର ଦିନ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷ ଏହି ଶିକ୍ଷାନୁଷ୍ଠାନର ଛାତ୍ର ଶିବରାମ ପାତ୍ର ୫୯୮ମାର୍କ (୯୯.୬୬%)ରଖି ରାଜ୍ୟ ଟପର୍‌ ହୋଇଛନ୍ତି।

ଗତ ୩୦ ବର୍ଷ ଧରି ଶତପ୍ରତିଶତ ସଫଳତା ହାସଲ କରି ଆସୁଥିବା ଏହି ବିଦ୍ୟାଳୟରେ ଚଳିତ ବର୍ଷ ମୋଟ ୩୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ। ସେଥିମଧୢରୁ ଶତକଡ଼ା ୯୦ପ୍ରତିଶତରୁ ଊର୍ଦ୍ଧ୍ବ ଏ-୧ ଗ୍ରେଡ୍‌ରେ ୧୫୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଏ-୨ରେ ୮୦ ପ୍ରତିଶତରୁ ଊର୍ଦ୍ଧ୍ବରେ ୧୫୬ ଜଣ ଏବ˚ ବି-୧ରେ ୭୦ ପ୍ରତିଶତରୁ ଉର୍ଦ୍ଧ୍ବରେ ୨୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ରାଜ୍ୟରେ ରେକର୍ଡ଼ ସୃଷ୍ଟି କରିଛନ୍ତି। ଶିବରାମ ୫୯୮ ମାର୍କ (୯୯.୬୬%) ରଖିଥିବା ବେଳେ ଦ୍ବିତୀୟ ସ୍ଥାନରେ ଶାଶ୍ବତ ସାହୁ ୫୯୫ ମାର୍କ (୯୯.୧୭%), ତୃତୀୟ ସ୍ଥାନରେ ଦୀପକ କୁମାର ନାୟକ ୫୮୯ ମାର୍କ (୯୮.୧୭%), ଚତୁର୍ଥ ସ୍ଥାନରେ ରୁଦ୍ର ପ୍ରତାପ ସ୍ବାଇଁ ୫୮୭ ମାର୍କ (୯୭.୮୩%), ପଞ୍ଚମ ସ୍ଥାନରେ ଶୁଭାଶିଷ ଦାସ ୫୮୬ ମାର୍କ (୯୭.୬୭%), ଷଷ୍ଠ ସ୍ଥାନରେ କାହ୍ନା ସାହୁ, ସ୍ନେହାଶିଷ ସାହୁ, ଶ୍ରୀୟାଶୀ ସ୍ବାଇଁ ୫୮୫ ମାର୍କ (୯୭.୫୦%), ସପ୍ତମ ସ୍ଥାନରେ ପ୍ରୀତିନନ୍ଦା ପ୍ରିୟଦର୍ଶିନୀ ସ୍ବାଇଁ, ପ୍ରୀୟା˚ଶି ପାଢ଼ୀ, ପ୍ରଜ୍ଞା ମହାପାତ୍ର, ଅମରେଶ ପାଣିଗ୍ରାହୀ, ଦିବ୍ୟଜ୍ୟୋତି ତ୍ରିପାଠୀ, ଗୌରୀ ପଣ୍ତା ମୋଟ ୫୮୪ ମାର୍କ (୯୭.୩୩%), ଅଷ୍ଟମ ସ୍ଥାନରେ ଅମିତ କୁମାର ଆଚାର୍ଯ୍ୟ, କାମାକ୍ଷୀ ପ୍ରସାଦ ପଣ୍ତା, ପ୍ରେରଣା ମହାପାତ୍ର, ରାଜ କୁମାର ନନ୍ଦ, ରିତିକ୍‌ ରଞ୍ଜନ ପାଣିଗ୍ରାହୀ, ତାପସ କୁମାର ମହାନ୍ତି ୫୮୩ ମାର୍କ (୯୭.୧୭%), ନବମ ସ୍ଥାନରେ ଶାଶ୍ବତ ସ୍ବରୁପ ପାଣିଗ୍ରାହୀ ୫୮୨ ମାର୍କ (୯୭.୦୦%) ଓ ଦଶମ ସ୍ଥାନରେ ସାଗର କୁମାର ମହାପାତ୍ର, ଶ୍ରୀରାମ ସାହୁ, ଇଶକାନ୍ତ ସାହୁ ଓ ସୌରଭ ମହାନ୍ତି ୫୭୯ ମାର୍କ (୯୬.୫୦%) ରଖି ସଫଳତା ହାସଲ କରିଛନ୍ତି।

ଶିକ୍ଷାନୁଷ୍ଠାନର ଏହି ଶିଶୁମାନଙ୍କର ସଫଳତା ପାଇଁ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଡ. ଶ୍ରୀକାନ୍ତ ମହାପାତ୍ର ଏବ˚ ସମ୍ପାଦକ ନାରାୟଣ ପଣ୍ତା ତଥା ପରିଚଳନା ସମିତି ସଦସ୍ୟ ଓ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏବ˚ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର