ବିହନ ଉତ୍ପାଦନରେ ରାଜ୍ୟ ବିହନ ନିଗମର ସଫଳତା

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ କଟକଣା ସତ୍ତ୍ବେ ୨୦୨୦ ବର୍ଷରେ ବିହନ ଉତ୍ପାଦନ କରିବାରେ ରାଜ୍ୟ ବିହନ ନିଗମ ସଫଳତା ହାସଲ କରିଛି। କୃଷି ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ଇସ୍ତାହାର ଅନୁଯାୟୀ ‘ମୋ ବିହନ ଯୋଜନା’ରେ ଓ ଅନ୍ୟ ସଂସ୍ଥାମାନଙ୍କ ସହଯୋଗରେ ୩ ଲକ୍ଷ ୯୫ ହଜାର ୩୨ କ୍ବିଣ୍ଟାଲ ଧାନ ଓ ୨୫ ହଜାର ୩୪ କ୍ବିଣ୍ଟାଲ୍‌ ଅଣଧାନ ବିହନ ନିଗମ ଉତ୍ପାଦନ କରାଯାଇପାରିଛି। ନୂଆ କିସମରେ ୨୫ଟି ଧାନ, ୪ଟି ମାଣ୍ଡିଆ, ୧୪ଟି ଡାଲି ଓ ୧୬ଟି ତୈଳବୀଜ ବିହନକୁ ବିହନ ଉତ୍ପାଦନରେ ସାମିଲ କରାଯାଇଛି। ନିଗମ ଦ୍ବାରା ଡିବିଟି ମାଧ୍ୟମରେ ରେକର୍ଡ଼ ପରିମାଣର ୪ ଲକ୍ଷ ୭ ହଜାର ୪୪୦ କ୍ବିଣ୍ଟାଲ ଧାନ ଓ ୫୭ ହଜାର ୨୪୩ କ୍ବିଣ୍ଟାଲ୍‌ ଅଣଧାନ ବିହନ ବିକ୍ରି କରାଯାଇପାରିଛି। ନିଗମର ବରଗଡ଼, ବରପାଲି ଓ ସମ୍ବଲପୁରର ପରମାଣପୁର ଫାର୍ମରେ ଅନ୍ୟ ସଂସ୍ଥାମାନଙ୍କ ଭାଗିଦାରିତାରେ ୨ ହଜାର ୯୪୨ କ୍ବିଣ୍ଟାଲ ପିଣ୍ଡ (ମୂଳ) ବିହନ ଉତ୍ପାଦନ କରାଯାଇପାରିଛି।

ସମ୍ବନ୍ଧିତ ଖବର