ଭୁବନେଶ୍ୱର: ଜାତୀୟସ୍ତରରେ ୟୁନିସେଫ୍ ଓ ଆସୋସିଏସନ୍ ଅଫ୍ ରେଡିଓ ଅପରେଟର୍ସ ଅଫ୍ ଇଣ୍ଡିଆ ସହଭାଗିତାରେ ଅନୁଷ୍ଠିତ ହେଉଥିବା ‘ୟୁନିସେଫ୍ ରେଡିଓ ଫର୍ ଚାଇଲ୍ଡ’ ପୁରସ୍କାରର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାର ୧ ନମ୍ବର ଏଫ୍ଏମ୍ ଷ୍ଟେସନ୍ ରେଡିଓ ଚକ୍ଲେଟ୍ ଦୁଇଟି ପୁରସ୍କାର ପାଇଛି।
ଆର୍ଜେ ସଂଗ୍ରାମ ଓ ମାନସ ପଢ଼ିଆରୀ ବେଷ୍ଟ୍ ପବ୍ଲିକ୍ ସର୍ଭିସ୍ ଆନାଉନ୍ସମେଣ୍ଟ୍ (ଆଣ୍ଡ୍ ଭାଓଲେନ୍ସ) ବିଭାଗରେ ପୁରସ୍କାର ଜିତିବା ସହିତ ଆର୍ଜେ ସଂଗ୍ରାମ ବେଷ୍ଟ୍ ଆର୍ଜେ ଲିଙ୍କ ପୁରସ୍କାର ଜିତିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଆର୍ଜେ ସଂଗ୍ରାମ ‘ୟୁନିସେଫ୍ ରେଡିଓ ଚାଇଲ୍ଡ’ ପୁରସ୍କାରର ପ୍ରଥମ ସଂସ୍କରଣରେ ମଧ୍ୟ ବେଷ୍ଟ୍ ଆର୍ଜେ ଲିଙ୍କ୍ ପୁରସ୍କାର ପାଇଥିଲେ।
ରେଡିଓ ଚକ୍ଲେଟ୍ ଏ ବର୍ଷ ସମସ୍ତ ଏଫ୍ଏମ୍ ଓ ଅନ୍ୟ ରେଡିଓ ଷ୍ଟେସନ୍ ମଧ୍ୟରେ ସର୍ବାଧିକ ନୋମିନେସନ୍ ପାଇଥିଲା। ଦୁଇ ବିଜେତା ବିଭାଗ ବ୍ୟତୀତ ଆର୍ଜେ ନୀଲ୍ ବେଷ୍ଟ୍ ସର୍ଭିସ୍ ଅନାଉନ୍ସମେଣ୍ଟ୍ (ରୁଟିନ୍ ଇମୁନାଇଜେସନ୍) ଓ ଆର୍ଜେ କୋମଲ୍ ବେଷ୍ଟ୍ ଆର୍ଜେ ଲିଙ୍କ୍ (ରୁଟିନ୍କ ଇମ୍ୟୁନାଇଜେସନ୍) ବିଭାଗରେ ନାମାଙ୍କିତ ହୋଇଥିଲେ।
ନଭେମ୍ବର ୧୦ ତାରିଖରେ ମୁମ୍ବାଇର ଜେଡବ୍ଲ୍ୟୁ ମାରିଅଟ୍ରେ ୟୁନିସେଫ୍ ତରଫରୁ ଅନୁଷ୍ଠିତ ଏକ ଉତ୍ସବରେ ୟୁନିସେଫ୍ର ସେଲିବ୍ରିଟି ଆଡ୍ଭୋକେଟ୍ ମାଧୁରୀ ଦୀକ୍ଷିତ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଉତ୍ସବରେ ରେଡିଓ ଚକ୍ଲେଟ୍ର ନିର୍ଦେଶିକା ତନୟା ପଟ୍ଟନାୟକ ୟୁନିସେଫ୍ର ଅତିଥି ଭାବେ ମଞ୍ଚାସୀନ ଥିଲେ। ରେଡିଓ ଚକ୍ଲେଟ୍ ତରଫରୁ ଆର୍ଜେ ନୀଲ୍, ଆର୍ଜେ କୋମଲ୍ ଓ ଶ୍ରୀକାନ୍ତ ପଣ୍ଡା ପୁରସ୍କାର ଗ୍ରହଣ କରିଥିଲେ।