ଢେଙ୍କାନାଳ: ଢେଙ୍କାନାଳ ସହର ଉପକଣ୍ଠ ଭଗବାନପୁର ଅଞ୍ଚଳରେ ମଧୁସ୍ମିତା ସିଂହ ଖଲି ଚଉପତି ତିଆରି କରି ନିଜେ ସ୍ୱାବଲମ୍ବୀ ହେବାସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇଛନ୍ତି। ପରିବାରକୁ ଆର୍ଥିକ ସହଯୋଗ ପାଇଁ ମଧୁସ୍ମିତା ଚିନ୍ତା କରି ଗାଁର କେତେକ ମହିଳାଙ୍କୁ ନେଇ ମା’ ଡାଳୁଆଶୁଣି ସ୍ୱୟଂସହାୟକ ଗୋଷ୍ଠୀ ଗଠନ କରିଥିଲେ। ପ୍ରାୟ ଦେଢ଼ବର୍ଷ ତଳେ ସରକାରଙ୍କ ସହଯୋଗରେ ସେ ଏକ ଖଲି ଚଉପତି ପ୍ରସ୍ତୁତି ମେସିନ୍ ଆଣିଥିଲେ। ଏଥିପାଇଁ ଆବଶ୍ୟକ କାଗଜପଟି ଓ କୋଟିଂ ପାଇଁ ବଜାରରୁ ଜରି କିଣିଥିଲେ। ମହିଳାମାନେ ନିଜ ଅବସର ସମୟରେ ଏହାକୁ ବ୍ୟବହାର କରି ମେସିନ୍ ମାଧ୍ୟମରେ ବିଭିନ୍ନ ଆକାରର ଖଲି ଚଉପତି ପ୍ରସ୍ତୁତି ଆରମ୍ଭ କରିଥିଲେ।
ଏବେ ମଧୁସ୍ମିତାଙ୍କ ନେତୃତ୍ବରେ ଉଦ୍ୟୋଗୀ ମହିଳାମାନେ ସେଗୁଡ଼ିକୁ ଦହିବରା ଓ ଅନ୍ୟ ଫାଷ୍ଟଫୁଡ୍ ଦୋକାନରେ ବିକ୍ରି କରୁଛନ୍ତି। ଏହାବ୍ୟତୀତ ବିବାହ, ବ୍ରତଘର ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ଅର୍ଡର ଆସିଲେ ଖଲି, ଚଉପତି ଯୋଗାଇ ଦେଉଛନ୍ତି। ଏଥିପାଇଁ ୧୦ରୁ ଅଧିକ ମହିଳା ଏହି କାମରେ ନିୟୋଜିତ ଅଛନ୍ତି। ସମସ୍ତ ଖର୍ଚ୍ଚ ଯାଇ ଏବେ ଏଥିରୁ ମାସିକ ୧୫ରୁ ୨୦ ହଜାର ଟଙ୍କା ରୋଜଗାର ହେଉଥିବା ମଧୁସ୍ମିତା କହିଛନ୍ତି। କିଛି ମାସ ଏହାଠାରୁ ମଧ୍ୟ ଅଧିକ ରୋଜଗାର ହେଉଛି ବୋଲି ଏହି ଗୋଷ୍ଠୀର ସଭାନେତ୍ରୀ କଳ୍ପନା ଦେହୁରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/ssfsxcxcxc-2025-10-29-01-59-16.jpg)