ମାନବରହିତ ବିମାନ ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର : ବାଲେଶ୍ବର ଚାନ୍ଦିପୁରଠାରେ ଥିବା ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ଅର୍ଗାନାଇଜେସନ୍‌(ଡିଆର୍‌ଡିଓ) ପକ୍ଷରୁ ଗତକାଲି ଦିନ ୧୨ଟା ବେଳେ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ଆଇଟିଆର୍‌)ର ୩ ନଂ ଲଞ୍ଚପ୍ୟାଡ୍‌ରୁ ମାନବରହିତ ବିମାନ ‘ଅଭ୍ୟାସ’ର ସଫଳ ପରୀକ୍ଷଣ କରାଯାଇଛି। ଏହା ଅତି କ୍ଷିପ୍ର ବେଗରେ ଆକାଶ ମାର୍ଗରେ ଲକ୍ଷ୍ୟସ୍ଥଳକୁ ଭେଦ କରିଥାଏ। ବିଭିନ୍ନ ରାଡାର ଓ ଇଲେ‌କ୍ଟ୍ରୋ ଅପ୍‌ଟିକ୍‌ ସିଷ୍ଟମ୍‌ ଦ୍ବାରା ଏହା ପରିଚାଳିତ ହୋଇ ସମ୍ପୂର୍ଣ୍ଣ ସ୍ବୟଂଚାଳିତ ଭାବେ କାର୍ଯ୍ୟ କରିଥାଏ। ଛୋଟ ଗ୍ୟାସ୍‌ ଟରବାଇନ୍‌ ଇଞ୍ଜିନ ଦ୍ବାରା ପରିଚାଳିତ ‘ଅଭ୍ୟାସ’ ଭାରତୀୟ ଜ୍ଞାନକୌଶଳରେ ଏମ୍‌ଇଏମ୍‌ଏସ୍‌ ନାଭିଗେସନ୍‌ ସିଷ୍ଟମ୍‌ ଦ୍ବାରା ପରିଚାଳିତ।

ସମ୍ବନ୍ଧିତ ଖବର