ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ 

ଚାନ୍ଦିପୁର : ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଆଜି ୧୦ଟା ୪୩ ମିନିଟରେ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର । ଏଥିରେ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ଉତକ୍ଷେପଣ ପରେ ନିର୍ଭୟ ମିସାଇଲ ଏୟାରକ୍ରାଫ୍ଟ ଭଳି ଉଡାଣକରି ଶତ୍ରୁ ଉପରକୁ ଆକ୍ରମଣ କରିପାରିବ ।

ସମ୍ବନ୍ଧିତ ଖବର