ବାଲେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଏକ ଅଭୂତପୂର୍ବ ସଫଳତା ମିଳିଛି। ପ୍ରଥମଥର ପାଇଁ ରେଳରୁ ଅଗ୍ନି କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଛି। ଜଳ, ସ୍ଥଳ ଓ ଆକାଶ ପରେ ରେଳରୁ ଏକ ଘାତକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ବଳଶାଳୀ କରିଛି। ଡିଆର୍ଡିଓ, ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ୍ର ମିଳିତ ସହଯୋଗରେ ରେଳ ଆଧାରିତ ମୋବାଇଲ୍ ଲଞ୍ଚର୍ ସିଷ୍ଟମରୁ ମଧ୍ୟମ ରେଞ୍ଜ ଅଗ୍ନି-ପ୍ରାଇମ୍ ମିସାଇଲ୍ର ସଫଳ ଉତ୍କ୍ଷେପଣ ହୋଇଛି। ଏହି ମିସାଇଲ୍ ୨ ହଜାର କିଲୋମିଟର ଅତିକ୍ରମ କରିପାରିବ। ଏହି କ୍ଷେପଣାସ୍ତ୍ର ପୂର୍ବ ପ୍ରସ୍ତୁତି ବିନା ରେଳ ନେଟ୍ୱର୍କରେ ଗତି କରିବାର କ୍ଷମତା ରଖିଛି। ଏହାର ସଫଳ ଉତ୍କ୍ଷେପଣ ପରେ ଭବିଷ୍ୟତରେ ରେଳ ଆଧାରିତ ପ୍ରଣାଳୀକୁ ସେବାରେ ସାମିଲ କରିବାକୁ ସକ୍ଷମ କରାଯାଇପାରିବ।
ରେଳରୁ ଅଗ୍ନି-ପ୍ରାଇମ୍ ମିସାଇଲ୍ର ସଫଳ ପରୀକ୍ଷଣ
ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଏକ ଅଭୂତପୂର୍ବ ସଫଳତା ମିଳିଛି। ପ୍ରଥମଥର ପାଇଁ ରେଳରୁ ଅଗ୍ନି କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଛି। ଜଳ, ସ୍ଥଳ ଓ ଆକାଶ ପରେ ରେଳରୁ ଏକ ଘାତକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ବଳଶାଳୀ କରିଛି।
/sambad/media/media_files/2025/09/26/agni-2025-09-26-02-15-55.jpg)