ବାଲେଶ୍ବର/ଚାନ୍ଦିପୁର: ଡିଆର୍ଡିଓ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ‘ଏସ୍ଏଫ୍ଡିଆର୍କ୍’ (ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍) କ୍ଷେପଣାସ୍ତ୍ରର ଆଜି ସଫଳ ପରୀକ୍ଷଣ ହୋଇଛି। ପ୍ରତିରକ୍ଷା ବୈଜ୍ଞାନିକମାନଙ୍କ ଉପସ୍ଥିତିରେ ଶୁକ୍ରବାର ପୂର୍ବାହ୍ନରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହାର ଫ୍ଲାଇଟ୍ ଟେଷ୍ଟ କରାଯାଇଥିବା ବେଳେ ସମସ୍ତ ପ୍ରଣାଳୀ ଆଶାନୁରୂପ କାର୍ଯ୍ୟ କରିଥିଲା। କଠିନ ଇନ୍ଧନଯୁକ୍ତ ରାମଜେଟ୍ର ସଫଳ ପରୀକ୍ଷଣ ପରେ ବିଶ୍ବର ହାତଗଣତି ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ସାମିଲ ହୋଇଛି। ଏହି ଜ୍ଞାନକୌଶଳର ଉପଯୋଗ ଦ୍ବାରା ଆକାଶରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ରଗୁଡ଼ିକ ଅଧିକ କ୍ଷୀପ୍ର ଓ ଦୂରଗାମୀ ହେବା ସହ ଏହାର ମାରକ ଶକ୍ତି ଦ୍ବିଗୁଣିତ ହୋଇପାରିବ। ବର୍ତ୍ତମାନ ବିଶ୍ୱର ହାତଗଣତି କେତୋଟି ଦେଶରେ ଏହି ପ୍ରଯୁକ୍ତି ଉପଲବ୍ଧ ରହିଛି। ‘ଏସ୍ଏଫ୍ଡିଆର୍’ରେ ଖଞ୍ଜା ଯାଇଥିବା ନୋଜଲ୍-ଲେସ୍ ବୁଷ୍ଟର୍ ଓ ଅନ୍ୟାନ୍ୟ ଯନ୍ତ୍ରାଂଶକୁ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍, ରାଡାର୍, ଟେଲିମେଟ୍ରି ସହାୟତାରେ ନିରୀକ୍ଷଣ କରାଯାଇଥିଲା। ଏସ୍ଏଫ୍ଡିଆରର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଡିଆର୍ଡିଓର ଅଧ୍ୟକ୍ଷ ଡ. ଜି.ସତୀଶ ରେଡ୍ଡି ପ୍ରତିରକ୍ଷା ବୈଜ୍ଞାନିକ, ଭାରତୀୟ ବାୟୁସେନା ଓ ପ୍ରତିରକ୍ଷା ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି।
ଏସ୍ଏଫ୍ଡିଆର୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
/sambad/media/post_attachments/wp-content/uploads/2022/04/65a4dg654gda65gdaadg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)