‘ଅଗ୍ନି-ପ୍ରାଇମ୍‌’ର ସଫଳ ପରୀକ୍ଷଣ

ବାଲେଶ୍ବର/ଧାମରା : କଲାମ୍‌ ଦ୍ବୀପରୁ ଶୁକ୍ରବାର ସକାଳ ୯ଟା ୪୫ରେ ‘ଅଗ୍ନି ପ୍ରାଇମ୍‌ ନିୟୁ ଜେନେରେସନ୍‌ ବାଲିଷ୍ଟିକ୍‌ ମିଜାଇଲ୍‌’ର ସଫଳ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଅଗ୍ନି ସିରିଜ୍‌ର ଏହି କ୍ଷେପଣାସ୍ତ୍ରକୁ ସ୍ବଦେଶୀ ଜ୍ଞାନକୌଶଳରେ କରାଯାଇଛି। ଉତ୍‌କ୍ଷେପଣ ବେଳେ ବୈଜ୍ଞାନିକମାନେ ଏହାର ମାରକ କ୍ଷମତା ଆଦି ଅନୁଧ୍ୟାନ କରିଥିଲେ।

ଆଜିର ଏହି ପରୀକ୍ଷଣ ‘ଅଗ୍ନି ପ୍ରାଇମ୍‌’ର ତୃତୀୟ ସଂସ୍କରଣ। ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଏକ ହଜାର କିଲୋଗ୍ରାମ୍‌ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ପରିବହନ କରିବା ସାଙ୍ଗକୁ ୩ ହଜାର କିଲୋମିଟରରୁ ସାଢ଼େ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

ସମ୍ବନ୍ଧିତ ଖବର