ବାଲେଶ୍ବର: ଚାନ୍ଦିପୁର ଡିଆର୍ଡିଓର ଧାମରା ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ବୀପ(୪ନମ୍ବର ଲଞ୍ଚପ୍ୟାଡ୍)ରୁ ଆଜି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ ଅଗ୍ନି-୧ର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଦ୍ୱାରା କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ କରାଯାଇ ପାରୁଥିବା ଏହି ଆଣବିକ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୭୫୦ରୁ ୧୨୦୦ କିଲୋମିଟର। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଅଗ୍ନି-୧ କ୍ଷେପଣାସ୍ତ୍ର ଏକ ପ୍ରମାଣିତ ପ୍ରଣାଳୀ, ବହୁ ଉଚ୍ଚରୁ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଲକ୍ଷଭେଦ କରିବାରେ ଏହା ସକ୍ଷମ ହୋଇସାରିଛି। ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ସମସ୍ତ ପ୍ରାୟୋଗିକ ଓ ବୈଷୟିକ ମାନଦଣ୍ଡକୁ ସଫଳତାର ସହ ଅତିକ୍ରମ କରିଥିବା ଜଣାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp