ଚାନ୍ଦିପୁର : ପୃଥ୍ବୀ-୨ର ପରୀକ୍ଷଣ

ଚାନ୍ଦିପୁର : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନୂଆନୂଆ କୀର୍ତ୍ତିମାନ ସ୍ଥାପନ କରୁଥିବାବେଳେ ଆଜି ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଶତ୍ରୁ ଦମନ ପାଇଁ ପୁଣି ପୃଥ୍ବୀ-୨ ମିସାଇଲର ପରୀକ୍ଷଣ ହୋଇଛି।

କ୍ଷେପଣାସ୍ତ୍ର ଘାଟିର ୩ ନଂ ଲଞ୍ଚ ପେଡରୁ ଆଜି ସନ୍ଧ୍ୟା ୭ଟା ୩୦ ମିନିଟ୍‌ ସମୟରେ ଏହି ପରୀକ୍ଷଣ କରାଯାଇଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ଏହି ମଧ୍ୟମ ଦୂରଗାମୀ ପୃଥ୍ବୀ-୨ କ୍ଷେପଣାସ୍ତ୍ରକୁ ଏକ ଚଳମାନ ଯାନରୁ ପରୀକ୍ଷଣ କରାଯାଇଥିଲା। ଏହି ମିସାଇଲ ୫ଶହରୁ ୧ ହଜାର କିଲୋଗ୍ରାମ ଓଜନର ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରି ୩୫୦ କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁପକ୍ଷର କ୍ଷତି କରିପାରିବାର କ୍ଷମତା ରହିଛି। ଏହାର ଲମ୍ବ ୯ ମିଟର, ଓସାର ୧୧୦ ସେମି ଓ ଓଜନ ୪.୬ ଟନ୍‌ ବୋଲି ଜଣାପଡ଼ିିଛି।

ସମ୍ବନ୍ଧିତ ଖବର