ପୁରୀ : ଲୋକସଭା ଆସନ ପୁରୀ ଉପରେ ଏବେ ସବୁ ରାଜନୈତିକ ଦଳର ନଜର। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏଠାରେ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ତେବେ କଂଗ୍ରେସ ଗତଥର ସାଂସଦ ପ୍ରାର୍ଥୀ ଥିବା ସୁଚରିତା ମହାନ୍ତିଙ୍କୁ ଆଉ ଥରେ ପ୍ରାର୍ଥୀ କରିବାକୁ ଯୋଜନା କରୁଛି। ଗାନ୍ଧୀ ପରିବାର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହିତ ସୁଚରିତାଙ୍କର ଘନିଷ୍ଠ ସଂପର୍କ ରହିଛି। ସେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବ୍ରଜମୋହନ ମହାନ୍ତିଙ୍କ ଝିଅ। ତାଙ୍କ ଦିଲ୍ଲୀ ଲବି ଆଗରେ ରାଜ୍ୟ କଂଗ୍ରେସ ସ୍କ୍ରିନିଂ କମିଟି ଆପତ୍ତି ଉଠାଇ ନାହିଁ। ତେଣୁ ପୁରୀ ଲୋକସଭା ଆସନରୁ ପୁଣିଥରେ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ବୋଲି ତାଙ୍କର କିଛି ନିକଟତମ କହୁଛନ୍ତି। ଏହି ଆସନ ପାଇଁ ୪ଜଣଙ୍କ ନାମ ଯାଇଥିବା ବେଳେ ସବୁଠୁ ଆଗରେ ସୁଚରିତାଙ୍କ ନାମ ରହିଛି। ତେବେ ବର୍ଷ ତମାମ ସଂଗଠନ କରି ନ ଥିବା, ପୁରୀ ମାଟି ମାଡୁ ନଥିବା ଓ ଲୋକଙ୍କ ସହିତ ସଂପର୍କ ନ ଥିବା କାରଣରୁ ସୁଚରିତାଙ୍କୁ ପ୍ରାର୍ଥୀ କଲେ ଏହାକୁ ବିରୋଧ ହେବ ବୋଲି ଦଳର କିଛି ନେତା କହିବା ଆରମ୍ଭ କଲେଣି। ଏହି ବିରୋଧକୁ ନେଇ କଂଗ୍ରେସ ଏବେ ପୁରୀରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ତଥା ମିଲି ପଣ୍ଡା (ଶୁଭ୍ରଶ୍ରୀ ପଣ୍ଡା)ଙ୍କ କଥା ମଧ୍ୟ ବିଚାରକୁ ନେଉଥିବା ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ପାତ୍ର କହିଛନ୍ତି। ଏହି ଦୁଇ ମହିଳା ଆଶାୟୀଙ୍କ ସହିତ କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଓ ଆଡ୍ଭୋକେଟ ଜୟନାରାୟଣ ପଟ୍ଟନାୟକ ମଧ୍ୟ କଂଗ୍ରେସରୁ ଆଶାୟୀ ରହିଛନ୍ତି। ଗତଥରର ପ୍ରାର୍ଥୀ ଥିବା ସୁଚରିତା ମହାନ୍ତି ୨ଲକ୍ଷ ୫୯ ହଜାର ୮୦୦ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।
ପୁରୀ ଲୋକସଭା : କଂଗ୍ରେସରୁ ପୁଣି ସୁଚରିତା!
/sambad/media/post_attachments/wp-content/uploads/2019/03/sucharita.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)