ସିବିଏସ୍‌ଇ ଦଶମ ରେଜଲ୍‌ଟ: ୯୮.୮% ନମ୍ବର ରଖି ସୁଚରିତା ରାଉରକେଲା ଟପ୍ପର

ଦ୍ବିତୀୟ ସ୍ଥାନରେ ସତୀଶ ଓ ଶୁଭ୍ରନିଲ୍‌

ରାଉରକେଲା: ଶୁକ୍ରବାର ଦିନ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦଶମ ପରୀକ୍ଷାରେ ସେକ୍ଟର-୧୪ ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ୍‌) ପ୍ରଥମ ଓ ସେକ୍ଟର-୫ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲ ଦ୍ବିତୀୟ ସ୍ଥାନରେ ରହିଛି। ଡିପିଏସ୍‌ର ୯୮.୮୦% ନମ୍ବର ରଖି ସୁଚରିତା ଚଟ୍ଟୋପାଧ୍ୟାୟ ରାଉରକେଲା ଟପ୍ପର ହୋଇଛନ୍ତି। ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ସତୀଶ କୁମାର ମହାନ୍ତି ଓ ସୁଭ୍ରନିଲ୍‌ ଦାସ ଯଥାକ୍ରମେ ୯୮.୬୭% ନମ୍ବର ରଖି ସହରର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୯୮.୬୦ % ନମ୍ବର ରଖି ଡିପିଏସ୍‌ର ଅଂଶୁମାନ ସାହୁ ତୃତୀୟ ସ୍ଥାନ ରହିଛନ୍ତି।

ଦିଲ୍ଲୀ ପବ୍ଲିକ ସ୍କୁଲ : ସେକ୍ଟର-୧୪ସ୍ଥ ଦିଲ୍ଲୀ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀରେ ମୋଟ ୧୧୧ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ୭୮ ଛାତ୍ରଛାତ୍ରୀ ୮୦ରୁ ୮୯% ନମ୍ବର ରଖିଛନ୍ତି। ୪୦ ଛାତ୍ରଛାତ୍ରୀଙ୍କୁ ୭୦ରୁ ୭୯ % ନମ୍ବର ମିଳିଛି। ୧୮ ଛାତ୍ରଛାତ୍ରୀ ୬୦ରୁ ୭୯%, ୧୪ ଛାତ୍ରଛାତ୍ରୀ ୫୦ରୁ୫୯ ନମ୍ବର ରଖିଛନ୍ତି। ୯୮.୮୦% ନମ୍ବର ରଖି ସୁଚରିତା ‌ଚଟ୍ଟୋପଧ୍ୟାୟ ସ୍କୁଲ ନୁହେଁ ବରଂ ସହରରେ ଟପ୍ପର ହୋଇଛନ୍ତି। ଅଂଶୁମାନ ସାହୁ ୯୮.୬୦ ନମ୍ବରରଖି ସ୍କୁଲରେ ଦ୍ବିତୀୟ, ଆଦିତ୍ୟ ଅଗ୍ରୱାଲ, ଅଂଶୁଲ ଚୌରାସିଆ ଓ ଆଦି ଜୈନ ୯୮.୪% ନମ୍ବର ରଖି ସ୍କୁଲରେ ତୃତୀୟ ସ୍ଥାନରେ ରହିଛନ୍ତି।

ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲ : ସେକ୍ଟର-୫ସ୍ଥ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ମୋଟ ୨୮୯ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ। ୩୭ ଛାତ୍ରଛାତ୍ରୀ ୯୦%ରୁ ଅଧିକ,୨୧୪ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ୯୮.୬୭% ନମ୍ବର ରଖି ସତୀଶ କୁମାର ମହାନ୍ତି , ଶୁଭ୍ରନିଲ୍‌ ଦାସ ସ୍କୁଲର ଟପ୍ପର ହୋଇଛନ୍ତି। ୯୮.୨% ନମ୍ବର ରଖି ବିଶାକା କୁମାରୀ ଦ୍ବିତୀୟ, ୯୭.୬% ନମ୍ବର ରଖି ନୀଲାଖୀ ପ୍ରଜ୍ଞାଧଳ ତୃତୀୟ ସ୍ଥାନରେ ରହିଛନ୍ତି। ଆରାଧନା ଦାସ, ବରୁଣ ଓଝା ୯୭.୪% ପ୍ରତିଶତ ନମ୍ବର ପାଇଥିବାବେଳେ ଜିଜ୍ଞାସା ମିଶ୍ରଙ୍କୁ ୯୬.୮% ନମ୍ବର ମିଳିଛି। ଅସ୍ମିତ କୁମାର ନାୟକ ଓ ଆଦିତ୍ୟ ଆନନ୍ଦ ଦାସଙ୍କୁ ଯଥାକ୍ରମେ ୯୬.୬% ନମ୍ବର ମିଳିଛି। ସ୍କୁଲର ଦୁଇ ଛାତ୍ରଛାତ୍ରୀଙ୍କୁ ଇଂରାଜୀରେ ୯୯% , ଓଡ଼ିଆରେ ଶତପ୍ରତିଶତ ଓ ହିନ୍ଦୀରେ ୯୯% ନମ୍ବର ମିଳିଛି। ଚାରି ଛାତ୍ରଛାତ୍ରୀଙ୍କୁ ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନରେ ଶତପ୍ରତିଶତ ନମ୍ବର ମିଳିଛି।

ସେଣ୍ଟ୍‌ ଆର୍‌ନୋଲ୍‌ଡ ସ୍କୁଲ (ଝାଡ଼ତରଙ୍ଗ): ବେଦବ୍ୟାସ ଝାଡ଼ତରଙ୍ଗସ୍ଥ୍ ସେଣ୍ଟ ଆର୍‌ନୋଲ୍‌ଡ ସ୍କୁଲରେ ମୋଟ ୨୩୩ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ। ଓମ ପ୍ରସାଦ ଦାସ ମୋଟ ୫୦୦ ନମ୍ବରରୁ ୪୯୨ ନମ୍ବର (୯୮.୪%) ନମ୍ବର ରଖି ସ୍କୁଲର ଟପ୍ପର ହୋଇଛନ୍ତି। ୯୮.୨% ନମ୍ବର ରଖି ଆଶୀଷ କୁମାର ପ୍ରଧାନ ଦ୍ବିତୀୟ, ୯୭.୪% ନମ୍ବର ରଖି ପ୍ରତୀକ୍ଷା ପ୍ରିୟଦର୍ଶୀ ତୃତୀୟ ସ୍ଥାନରେ ହିଛନ୍ତି। ୯୭% ନମ୍ବର ରଖି ପ୍ରନୀତି ସିଂ ଓ ପ୍ରିୟାଂଶୁ ପ୍ରଧାନ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଡିଏଭି ପବ୍ଲିକ ସ୍କୁଲ, ବାସନ୍ତୀକଲୋନି : ବାସନ୍ତୀ କଲୋନି ଡିଏଭି ପବ୍ଲିକ ସ୍କୁଲରେ ପରୀକ୍ଷା ଦେଇଥିବା ସମସ୍ତ ୨୮୪ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୬୩ ଛାତ୍ରଛାତ୍ରୀ ୯୦%ରୁ ଅଧିକ, ୭୬ ଛାତ୍ରଛାତ୍ରୀ ୮୦ରୁ ୮୯ ପ୍ରତିଶତ ନମ୍ବର ରଖିଛନ୍ତି। ୬୨ ଛାତ୍ରଛାତ୍ରୀ ୭୦ରୁ ୭୯ ପ୍ରତିଶତ ନମ୍ବର ପାଇଛନ୍ତି। ୯୮.୨% ନମ୍ବର ରଖି ଅନୁପମା ମନ୍ନା ସ୍କୁଲର ଟପ୍ପର ହୋଇଛନ୍ତି। ୯୭.୮% ନମ୍ବର ରଖି ବର୍ଣ୍ଣାଳୀ କର ଦ୍ବିତୀୟ, ୯୭.୬% ନମ୍ବର ରକି ଅଙ୍କିତା ଦାସ ତୃତୀୟ ସ୍ଥାନରେ ରହିଛନ୍ତି। ରାଧା କୁମାର ଚୌଧୁରୀ, ଅନିଷ୍କା ସାହୁଙ୍କୁ ୯୭%, ରଶ୍ମି ପ୍ରକାଶ ପଲାଇ, ଶୁଭାଙ୍ଗୀ ସେଠ୍‌, ସମର୍ପଣ ଆଚାର୍ଯ୍ୟଙ୍କୁ ୯୬.୪% ନମ୍ବର ମିଳିଛି। ଚିନ୍ମୟୀ ମହାପାତ୍ରଙ୍କୁ ୯୬.୨%, ସେମିତି ସତ୍ୟବ୍ରତ ପଟ୍ଟନାୟକ, ତନ୍ମୟ ପ୍ରତିହାରୀଙ୍କୁ ମଧ୍ୟ ୯୬.୨% ନମ୍ବର ମିଳିଛି।

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ : ସେକ୍ଟର-୧୯ସ୍ଥ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୨୭ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ ସୁଶ୍ରୀ ଲେଖା ଷଡଙ୍ଗୀ ୯୭% ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ୯୬% ନମ୍ବର ରଖି ପ୍ରତୀପ ବେହେରା ଓ ସୌମ୍ୟରଞ୍ଜନ ନନ୍ଦ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସୋମାପିକା ଦାସ ତୃତୀୟ ସ୍ଥାନରେ ରହିଛନ୍ତି। ସଫଳତାୟରେ ସ୍କୁଲର ସମ୍ପାଦକ ସମ୍ବିତ ଷଡଙ୍ଗୀ, ପ୍ରଧାନଶିକ୍ଷକ ଜଳଧର ମୋହାପାତ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହକର୍ମୀ ବୃଦ୍ଦ ପିଲାମାନଙ୍କୁ ଆର୍ଶିବାଦ ଦେବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

ଗୁରୁ ନାନକ ପବ୍ଲିକ ସ୍କୁଲ : ସେକ୍ଟର-୨୧ସ୍ଥ ଗୁରୁ ନାନକ ପବ୍ଲିକ ସ୍କୁଲ ମୋଟ ୧୫୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୯୭% ନମ୍ବର ରଖି ପ୍ରାଚୀ ଅପର୍ଣ୍ଣ ପାତ୍ର ସ୍କୁଲର ଟପ୍ପର ହୋଇଛନ୍ତି। ୯୬.୬୦% ନମ୍ବର ରଖି ଲାସ୍ୟା ମହାନ୍ତ ଦ୍ବିତୀୟ ଓ ୯୬.୨୦% ନମ୍ବର ରଖି ପ୍ରିୟମ୍ବଦା ବିଶ୍ବାଳ ତୃତୀୟ ସ୍ଥାନରେ ରହିଛନ୍ତି। ସ୍କୁଲର ୩୬ ଛାତ୍ରଛାତ୍ରୀ ୯୦%ରୁ ଅଧିକ, ୪୭ ଛାତ୍ରଛାତ୍ରୀ ୮୦%ରୁ ଅଧିକ, ୪୦ ଛାତ୍ରଛାତ୍ରୀ ୭୦%ରୁ ଅଧିକ, ୨୩ ଛାତ୍ରଛାତ୍ରୀ ୬୦%ରୁ ଅଧିକ ଓ ୯ ଛାତ୍ରଛାତ୍ରୀ ୫୦%ରୁ ଅଧିକ ନମ୍ବର ରଖିଛନ୍ତି।

ଡିଏଭି ପବ୍ଲିକ ସ୍କୁଲ, ସେକ୍ଟର-୧୬ : ସେକ୍ଟର-୧୬ସ୍ଥ ଡିଏଭିରେ ପ୍ରଥମ ଥର ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଦେଇଥିଲେ। ୯ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ୯୫.୬% ନମ୍ବର ରଖି ଅଦିତୀ ଏକ୍କା ସ୍କୁଲର ଟପ୍ପର ‌ହୋଇଛନ୍ତି। ସ୍କୁଲର ଅଧ୍ୟକ୍ଷ ଯଶବିନ୍ଦର କୌର ଏବଂ ସ୍କୁଲ ପରିଚାଳନା କମିଟି ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର