ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବୁଧବାର ଭବାନୀପାଟଣା ବିଇଓ କାର୍ଯ୍ୟାଳୟର ପୂର୍ବ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆରଙ୍କୁ ହାଜର କରାଯାଇଥିଲା। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍‌ ଶ୍ରୀକାନ୍ତ ମିଶ୍ର ଜାମିନ ଆବେଦନର ଶୁଣାଣି କରି ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଜେଲ ହାଜତକୁ ପଠାଇ ଦେଇଛନ୍ତି। ଭିଜିଲାନ୍ସ ପକ୍ଷରୁ ରିମାଣ୍ଡରେ ନେଇ ଆସନ୍ତା ମାର୍ଚ୍ଚ ‌୧୩ ତାରିଖ ମଧ୍ୟରେ ଜେରା କରିବା ପାଇଁ ଆବେଦନ କରାଯାଇଛି। ପୂର୍ବରୁ ଭବାନୀପାଟଣା ଟାଉନ ଥାନା ପକ୍ଷରୁ ଗୋଟିଏ ଦିନ ପାଇଁ ରି‌ମାଣ୍ଡରେ ଅଣାଯାଇ ମାରାଥନ ଜେରା କରାଯାଇ ପୁଣି ତାଙ୍କୁ ଜେଲକୁ ପଠା ଯାଇଥିଲା।

Advertisment

ଆଜି ଭିଜିଲାନ୍ସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ରିମାଣ୍ଡକୁ ଅପେକ୍ଷା କରାଯାଇଛି। ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ସମସ୍ତ ବ୍ୟାଙ୍କ ତଥ୍ୟ, ଜମି ପଟ୍ଟା ଯାଞ୍ଚ ଓ ଆର୍ଥିକ ଅନିୟମିତତା ‌ନେଇ ଯାଞ୍ଚ ହୋଇଥିଲା। ଉଭୟ ପୁଲିସ ଓ ଭିଜିଲାନ୍ସ ପକ୍ଷରୁ ପୃଥକ ଭାବରେ ‌ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ଏସ୍‌ଡିଜେଏମ୍‌ କୋର୍ଟକୁ ଏହି ମାମଲାରେ ସଂଯୁକ୍ତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏଥିଯୋଗୁଁ ଆଜି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଶୁଚିସ୍ମିତାକୁ ହାଜର କରାଯାଇଥିଲା। ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ରହିଛନ୍ତି ‌ସେନେଇ ଖୋଲତାଡ଼ ଆରମ୍ଭ ହେବା ଜଣାପଡ଼ିବା ପରେ ସେମାନଙ୍କ ମଧ୍ୟରେ ଛନକା ପଶିଛି।