ଅଙ୍ଗଦାନ କରିଥିବା ସୁଚିତ୍ରାଙ୍କ ପରିବାରକୁ ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କାଡାଭରିକ୍ ପ୍ରତିରୋପଣ ପାଇଁ ସହାୟତା ପ୍ରଦାନ କରିଥିବାରୁ ବ୍ରେନ୍‌ ଡେଡ୍‌ ସୁଚିତ୍ରା ଦାସଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିବେ। ସୁରଜ‌ ଯୋଜନାରେ ସ୍ବର୍ଗୀୟା ଦାସଙ୍କ ପରିବାରକୁ ପୁରସ୍କୃତ କରିବା ଲାଗି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଗତ ଦୁଇ ଦିନ ତଳେ ସଚିତ୍ରାଙ୍କୁ ବ୍ରେନ୍ ଡେଡ୍‌ ଘୋଷଣା କରାଯାଇଥିଲା। ତାଙ୍କ ଶରୀରରୁ ଦୁଇଟି ଯାକ କିଡ୍‌ନି ବାହାର କରି ଆପୋଲୋ ହସ୍ପିଟାଲ୍ ଓ ଆମ୍ରି ହସ୍ପିଟାଲସ୍‌ ଭୁବନେଶ୍ବରରେ ଥିବା ଦୁଇ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ତାଙ୍କ ହୃଦପିଣ୍ଡ ଓ ଯକୃତକୁ ରାଜ୍ୟ ବାହାରର ଦୁଇଟି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଶରୀରରେ ଲଗାଯିବାର ଉଦ୍ୟମ ହୋଇଥିଲେ ହେଁ ତାହା ସମ୍ଭବ ହୋଇପାରିନଥିଲା।

ସମ୍ବନ୍ଧିତ ଖବର