ଥାନାର ଶୌଚାଳୟ ଭିତରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଲେ ହତ୍ୟା ମାମଲାର ଅଭିଯୁକ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଭିତରେ ଜଣେ ଅଭିଯୁକ୍ତ ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି । ଗିରଫ ପରେ ଥାନାର ଶୌଚାଳୟ ଭିତରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଭିଯୁକ୍ତ । ଅଭିଯୁକ୍ତ ଜଣଙ୍କ କବିସୁର୍ଯ୍ୟନଗର ଅଞ୍ଚଳର ପ୍ରମୋଦ ଦଳାଇ ବୋଲି ସୂଚନା ମିଳିଥିବା ବେଳେ ତାଙ୍କୁ ଏକ ହତ୍ୟା ଘଟଣାରେ ଗିରଫ କରାଯାଇଥିଲା ।
ଗତ ୨୩ ତାରିଖରେ ହିଞ୍ଜିଳି ଥାନା ଅଞ୍ଚଳର ବିଭୁପ୍ରସାଦ ଦାସ ଙ୍କୁ ତପ୍ତପାଣି ଜଙ୍ଗଲରେ ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ର କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି ରାତିରେ କବିସୁର୍ଯ୍ୟନଗର ପୁଲିସ ସେହି ଘଟଣାରେ ପ୍ରମୋଦଙ୍କୁ ଉଠାଇ ନେଇଥିବା ବେଳେ ଆଜି ସକାଳେ ଥାନାରେ ଶୌଚାଳୟ ଯିବାକୁ କହି ଭିତରେ ଫିନାଇଲ ପିଇ ଦେଇଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । ପରେ ପ୍ରମୋଦ ଦଳାଇ ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ଯୁବକ ଜଣଙ୍କ ବିବାହ ଠିକ୍ ହୋଇଥିବା ବେଳେ ଗିରଫ ପରେ ଜେଲ ଯିବାକୁ ଭୟ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ସମ୍ବନ୍ଧିତ ଖବର