ବ୍ଲେଡରେ ନିଜର ଗୁପ୍ତାଙ୍ଗ କାଟି ଆତ୍ମହତ୍ୟା ଉଦ୍ୟମ କରିଲେ ବିଚରାଧିନ କଏଦୀ

ଧର୍ମଗଡ଼ :କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଧର୍ମଗଡ଼ ସହରରେ ଥିବା ଉପକାରାଗାରରେ ଜଣେ ବିଚରାଧିନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବାର ଖବର ମିଳିଛି। । ଆଜି ସକାଳେ ଖିଅର ହେବା ପାଇଁ ଦିଆଯାଇଥିବା ବ୍ଲେଡରେ କଏଦୀଜଣକ ନିଜ ଗୁପ୍ତାଙ୍ଗ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାପରେ ତାଙ୍କର ଅଙ୍ଗରୁ ପ୍ରବଳ ରକ୍ତ ବୋହିଥିଲା।

ଏସଂପକରେ ଅନ୍ୟ କଏଦୀମାନେ ଜାଣିବାପରେ ଜେଲ ଅଧୀକ୍ଷକଙ୍କୁ ଜଣାଇଥିଲେ। ତାପରେ ଉକ୍ତ ବିଚରାଧିନ କଏଦୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବୋଲି ଉପକାରାଗାରର ଜେଲର ଶ୍ରୀଧର ବଡ଼ମୁଣ୍ଡି ସୂଚନା ଦେଇଛନ୍ତି। ଉକ୍ତ ବିଚରାଧିନ କଏଦୀଙ୍କ ନାମ ହେଲା ଦିଗମ୍ବର ଖମାରୀ ।ତାଙ୍କର ବୟସ ୪୫ ବର୍ଷ। ତାଙ୍କ ଘର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ ଥାନାର ପୁରୁଣାସର ଗାଆଁରେ।

Image result for dharamgarh hospital

ସେ ନିଜ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ଗିରଫ ହେବାପରେ ଗତ ଜୁନ୍ ମାସ ୧୩ ତାରିଖରୁ ଧର୍ମଗଡ଼ ଜେଲରେ ଅଛନ୍ତି । ଦିଗମ୍ବର ଖମାରୀ ବର୍ତ୍ତମାନ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର