ଋଣ ଶୁଝି ନ ପାରିବା ଭୟରେ ଚାଷୀଙ୍କ ଆତ୍ମହତ୍ୟା, ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଋଣ ପ୍ରଦାନକାରୀ ସଂସ୍ଥାମାନଙ୍କର ଦୌରାତ୍ମ୍ୟ ବଢିବାରେ ଲାଗିଛି। କରୋନା ସଂକ୍ରମଣ ସମୟରେ ଅଧିକାଂଶ ଲୋକ ଘରେ ରହିବା କାରଣରୁ ବେରୋଜଗାର ରହୁଥିବା ବେଳେ ସେମାନଙ୍କଠାରୁ ଏହି ସଂସ୍ଥାମାନେ ଜୋର କରି ଋଣ ଓ ସୁଧ ଆଦାୟ କରୁଥିବାର ଖବର ମିଳିଛି। ଏହାର କୁପରିଣାମ ଆଜି ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅର୍ଣ୍ଣପାଳ ପଞ୍ଚାୟତର ରାଜୁଆଳିବନ୍ଧା ଗାଁରେ ଗ୍ରୁପ୍ ଋଣ ଶୁଝି ନ ପାରିବା ଭୟରେ ମହେନ୍ଦ୍ର ଦାସ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଗତକାଲି ରାତି ପ୍ରାୟ ଅଢେଇଟା ବେଳେ ସେ ବେକରେ ଦଉଡ଼ି ଲଗେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ମହେନ୍ଦ୍ର ଚାଷ ଲାଗି ଋଣ ନେଇଥିଲେ। ହେଲେ ସେହି ସଂସ୍ଥାର ଲୋକେ ବାରମ୍ବାର ତାଗିଦ୍ କରୁଥିଲା। ଏଥିରେ ବିଚଳିତ ହୋଇ  ମହେନ୍ଦ୍ର ଆତ୍ମହତ୍ୟା କରିଥିବା କୁହାଯାଉଛି।  ଘଟଣା ସଂପର୍କରେ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ମହେନ୍ଦ୍ରଙ୍କ ମୃତ ଦେହକୁ ଜବତ କରି ଭଦ୍ରକ ଡାକ୍ତରଖାନାକୁ ବ୍ୟବଚ୍ଛେଦ ଲାଗି ପଠାଇଛି।

ସମ୍ବନ୍ଧିତ ଖବର