ବିଷ ପିଇ ଆତ୍ମହତ୍ୟା କଲେ ପାଞ୍ଚ ସନ୍ତାନର ପିତା

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ କଙ୍ଗରା ପଞ୍ଚାୟତର ବଣ୍ଡାହାରିଆ ଗୁଡାର ରାମଦାସ ନାୟକ ନାମକ ଜଣେ ୩୫ ବର୍ଷିୟ ଯୁବକ ରାତ୍ରୀରେ ବିଷ ପାନ କରି ଆତ୍ମହତ୍ୟା କରିଥିବା ଖବର ମିଳିଛି। ଗତ ରାତ୍ରୀରେ କୌଣସି କାରଣରୁ ରାମଦାସ ବିଷ ପାନ କରିଥିଲେ। ଘର ଲୋକେ ଏହା ଜାଣି ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେବା ସମୟରେ ଅଧା ବାଟରେ ରାମଦାସଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ସୂଚନା ଅନୁଯାୟୀ ବଣ୍ଡାହାରିଆ ଗୁଡାର ରାମଦାସଙ୍କର ପତ୍ନୀଙ୍କ ସହ ପାଞ୍ଚଟି ସନ୍ତାନକୁ ନେଇ ସଂସାର। ଗତକାଲି ସନ୍ଧ୍ୟା ୭ଟା ସମୟରେ ରାମଦାସ ବିଷ ପାନ କରି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେବା ସମୟରେ ଅଧ ବାଟରେ ମୃତ୍ୟୁ ବରଣ ହୋଇଥୁବା ସୂଚନା ମିଳିଛି।

ଏନେଇ ରାମଦାସଙ୍କ ଭିଣୋଇ ଧନୁ ଅମାନତ୍ୟ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ରାମଦାସ ଗତ କିଛିଦିନ ହେଲା ମାନସିକ ବିକାରଗ୍ରସ୍ତ ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ କୁବେର ଦିଗାଲ କେଶର ତଦନ୍ତ କରୁଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର