ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର , ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ!

କଟକ: ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରାବାସରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାଯାଇଛି। କଲେଜର ଛାତ୍ରାବାସରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରାଯାଇଛି । ତାଙ୍କର ନାମ ଅଜିତ କୁମାର ସେଠୀ ବୋଲି ଜଣାଯାଇଛି। ସେ ମଧୁସୂଦନ ଆଇନ ମହାବିଦ୍ୟାଳୟର ୨ୟ ବର୍ଷର ଛାତ୍ର । ତାଙ୍କ ଘର କିଶୋର ନଗର ଅଂଚଳରେ ବୋଲି ବି ଜଣାଯାଇଛି ।

ଅଜିତ କଲେଜ ଛାତ୍ରାବାସରେ ରହୁଥିଲେ । ଦୀର୍ଘ ସମୟ ଧରି ସେ କବାଟ ନ ଖୋଲିବାରୁ ଅନ୍ୟ ଛାତ୍ରମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ କବାଟ ଭାଙ୍ଗିବା ପରେ ଅଜିତ କୁମାର ସେଠୀ ଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ପୁଲିସ୍ ସନ୍ଦେହ କରୁଛି । ପ୍ରେମରେ ବିଫଳ ହେବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ତେବେ ପୁଲିସ୍ ଏହି ମାମଲାର ଅଧିକ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର