ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ବ୍ଲକ୍ ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ସିଧାମୂଳା ଗ୍ରାମପଞ୍ଚାୟତ ଅଧୀନସ୍ଥ ପଥରଦ୍ଵାର ଗାଁ ରେ ଜନୈକ ମହିଳା ଝରଣା (ବର୍ଷା) ସ୍ୱାଇଁ (୧୯) ଙ୍କୁ ମାରି ଦିଆଯାଇଥିବା ନେଇ ମୃତକଙ୍କ ମା’ ରୀନା ଗୁରୁ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଏହା ଆତ୍ମହତ୍ୟା ବୋଲି ମୃତକଙ୍କ ଶାଶୁଘର ଲୋକେ କହିଛନ୍ତି। ଝରଣାଙ୍କର ପ୍ରାୟ ବର୍ଷକ ତଳେ ବୈଦିକ ରିତିରେ ବାହାଘର ହୋଇଥିଲା। ତେବେ ବିବାହ ପରଠାରୁ ଯୌତୁକକୁ ନେଇ କଳହ ଉପୁଜିଥିଲା ବୋଲି କୁହାଯାଉଛି। ଏଣୁ ଏହା ଏକ ଆତ୍ମହତ୍ୟା ବୋଲି ଗାଁଲୋକେ କହୁଛନ୍ତି।
ଅଭିଯୋଗ ପାଇବା ପରେ କଣ୍ଟିଲୋ ଫାଣ୍ଡି ଅଧିକାରୀ ଜୟ ପ୍ରକାଶ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ଆଜି ତାଙ୍କର ଶବ ବ୍ୟବଚ୍ଛେଦ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରାଯିବ। ଏହି ଘଟଣା ସଂପର୍କରେ ପୁଲିସ୍ ତଦନ୍ତ ଚଳାଇଛି।
ବିବାହିତା ମହିଳାଙ୍କ ଆତ୍ମହତ୍ୟା! ମାଆ ଆଣିଲେ ହତ୍ୟା ଅଭିଯୋଗ
/sambad/media/post_attachments/wp-content/uploads/2020/07/khandapada-odisha-bytes.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)