ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଜଣେ ବୟସ୍କ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ହିଲୁଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲାତୁରପେଟ ଗାଁର ସମିତ୍ରୀ ପାତ୍ର ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ବୟସ ୫୬ ବର୍ଷ ବୋଲି ଜଣାଯାଇଛି।

Advertisment

ଏସଂପର୍କରେ ଖବର ପାଇ ବୀରମହାରାଜପୁର ପୁଲିସ ଘଟଣା ସ୍ଥଳକୁ ଯାଇ ଘଟଣାର ଅନୁସନ୍ଧାନ କରୁଥିବା ଜଣାଯାଇଛି। ଆଜି ଭୋର ୫ଟାରେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚିଥିଲା ।ଏ ସଂପର୍କରେ ଅଧିକ ଖବର ପାଇଁ ଥାନା ଅଧିକାରୀଙ୍କୁ ଫୋନ କରିବାରୁ ସେ ଫୋନ ଉଠାଇ ନଥିଲେ। ଆତ୍ମହତ୍ୟାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ତେବେ ଏହାର କାରଣ ପାରିବାରିକ ସମସ୍ୟା ବୋଲି ଶୁଣିବାକୁ ମିଳୁଛି।