ଆଶ୍ରମ ପରିସରରେ ରହୁଥିବା ଯୁବକଙ୍କ ଆତ୍ମହତ୍ୟା!

ରାଉରକେଲା: ରାଉରକେଲାର ଛେଣ୍ଡ କଲୋନୀ ଅଞ୍ଚଳରେ ଥିବା ସ୍ୱାମୀ ନିଗମାନନ୍ଦ ଆଶ୍ରମ ପରିସରରେ ରହୁଥିବା ଜଣେ ଯୁବକ ଆତ୍ମହତ୍ୟା କରିଥିବା ଘଟଣା ସେଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକଙ୍କ ନାଁ ସୂର୍ଯ୍ୟ ନାରାୟଣ ରଥ ବୋଲି ଜଣାଯାଇଛି। ତାଙ୍କର ବୟସ ୨୬ ବର୍ଷ।

ଆଜି ସକାଳେ ଏହି ଖବର ପ୍ରଚାରିତ ହେବାପରେ ସେଠାରେ ଲୋକେ ରୁଣ୍ଡ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ସୂର୍ଯ୍ୟନାରାୟଣ ରଥ ସ୍ଥାନୀୟ ଏକ କଲେଜରେ କାମ କରୁଥିଲେ ଏବଂ ଏହି ଆଶ୍ରମରେ ରହୁଥିଲେ।ସେ ସେହି ଆଶ୍ରମରେ ରହି ପିଲାମାନଙ୍କୁ ଟିଉସନ୍ ପଢ଼ାଉଥିଲେ ବୋଲି ଜଣାଯାଇଛି।

ଆଜି ସକାଳୁ ସେ କବାଟ ନ ଖୋଲି ନ ଥିଲେ। ଏହାପରେ ଝରକା ବାଟେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ୍ ଏବଂ ମାଜିଷ୍ଟ୍ରେଟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ପୁଲିସ ଶବ ବ୍ୟବଛେଦ ଲାଗି ପଠାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର