ନାଲକୋନଗର: ଅନୁଗୁଳ ଜିଲ୍ଲାର ନାଲକୋ ନଗର ଥାନା ଅନ୍ତର୍ଗତ କୁଲାଡ଼ ହନୁମାନ ସମ୍ମୁଖରେ ଥିବା ଏକ ଭଡ଼ା ଘରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବେଡ଼ା ଗ୍ରାମର ଯୁବକ ବଳିଆ ସାହୁ (୨୬) କିଛି ବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ରହି କାମ କରୁଥିଲେ। ବଳିଆ ଆଜି ସକାଳେ ନତାଙ୍କ ସହ ରହୁଥିବା ସାଥୀଙ୍କୁ ଘର ବାହାରକୁ ଯିବାକୁ ଅନୁରୋଧ କରିଥିଥିଲେ। ‘ମୁଁ ଫୋନରେ କଥା ହେଉଛି’ ବୋଲି କହିଥିଲେ। ହେଲେ କିଛି ସମୟ ପରେ ଘରର କବାଟ ନ ଖୋଲିବାରୁ ସାଥୀଙ୍କର ସନ୍ଦେହ ହୋଇଥିଲା। ଏହାପରେ କବାଟ ଭାଙ୍ଗିବାରୁ ସିଲିଙ୍ଗ ଫ୍ୟାନ୍ ହୁକ ସାହାଯ୍ୟରେ ବଳିଆ ଗାମୁଛା ଲଗାଇ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ତୁରନ୍ତ ନାଲକୋ ନଗର ଥାନାରେ ଖବର ଦିଆଯାଇଥିଲା।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯୁବକ ଜଣକ ନିଜ ଫୋନରେ ଭିଡିଓ କଲା ଭଳି ଫୋନଟିକୁ ଟେବୁଲ ଉପରେ ରଖି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ମୃତ ବଳିଆଙ୍କର ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତଦନ୍ତ ପରେ ଆତ୍ମହତ୍ୟାର ଉପଯୁକ୍ତ କାରଣ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Youth-Suicide-During-Video-Call_Thumbnail.jpg)