‘ସୁଦକ୍ଷା’ କାର୍ଯ୍ୟକ୍ରମକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ଶୁକ୍ରବାର ‘ସୁଦକ୍ଷା’ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାରେ ମହିଳା ଓ ଛାତ୍ରୀଙ୍କୁ ତାଲିମ ମିଳିବ। ଏହା ଦ୍ୱାରା ବହୁ ସଂଖ୍ୟାରେ ମହିଳା ଓ ଛାତ୍ରୀ ଉପକୃତ ହେବେ। ୧୦ମ ଶ୍ରେଣୀ ପାସ କରିଥିବା ଛାତ୍ରୀ ଓ ମହିଳା ସରକାରୀ ଆଇଟିଆଇରେ ନାଁ ଲେଖାଇ ପାରିବେ। ଟ୍ରେଡର ଆବଶ୍ୟକତା ଅନୁଯାୟୀ ୮ମ ପାସ୍‌ କରିଥିବା ଛାତ୍ରୀ ଓ ମହିଳା ବି ନାମ ଲେଖାଇବା ପାଇଁ ସୁଯୋଗ ପାଇବେ। ସେହିଭଳି ଟ୍ରେଡର ଆବଶ୍ୟକତା ଅନୁଯାୟୀ ୮ମ ପାସ ବି ସୁଯୋଗ ପାଇବେ। ୨୦୧୭-୧୮ ଓ ୨୦୧୮-୧୯ ପାଇଁ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର