ଭୁବନେଶ୍ୱର: ଆଜିକୁ ସାମୁଦ୍ରିକ ଝଡ଼ ‘ଫନି’କୁ ମାସେ ହୋଇଛି। ଗତ ମେ ୨ ତାରିଖ ଦିନ ଏହି ଝଡ଼ ଆରମ୍ଭ ହୋଇ ୩ ତାରିଖରେ ତାଣ୍ଡବ ରଚିଥିଲା ରାଜ୍ୟର ଅନେକ ଅଞ୍ଚଳରେ। ମାସେ ପରେ ବି ‘ଫନି’ ପ୍ରଭାବରୁ ସ୍ୱାଭାବିକ ହୋଇ ପାରିନାହିଁ ଓଡ଼ିଶା। ରାଜ୍ୟର ଅନେକ ସ୍ଥାନରେ ଏବେ ବି ସ୍ଥିତି ଶୋଚନୀୟ।
ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ହେବା ପରେ ରବିବାର ସୁଦାମ ମାରାଣ୍ଡି ‘ଫନି’ ପରେ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିବା ସହ ୩୮ ଜଣ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଧାନ କରାଯାଇଛି ବୋଲି ସୂଚନା ଦେଇଛନ୍ତି।
ସେ ସୂଚନା ଦେଇ କହିଛନ୍ତି ଯେ ‘ଫନି’ରେ ୧୪ଟି ଜିଲ୍ଲାରୁ ଜୀବନ ହରାଇଥିବା ସମୁଦାୟ ୩୮ ଜଣଙ୍କ ପରିବାର ଲୋକଙ୍କୁ ଅନୁକମ୍ପାମୂଳକ ରାଶି ଭାବେ ୪ ଲକ୍ଷ ଲେଖାଏ ଟଙ୍କା ଦିଆଯାଇଛି।
/sambad/media/post_attachments/wp-content/uploads/2019/06/sudam-300x300.jpg)
ଶୀ ମାରାଣ୍ଡି ମନ୍ତ୍ରୀ ହେବା ପରେ ଶନିବାର ରାଜୀବ ଭବନସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେଇ ‘ଫନି’ ରିଲିଫ୍ ଓ ପୁନରୁଦ୍ଧାର ସ୍ଥିତି ସମୀକ୍ଷା କରିଥିଲେ। ବୈଠକରେ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଏବଂ ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ସରକାରୀ ସୂଚନାନୁସାରେ ସାମୁଦ୍ରିକ ଝଡ଼ ‘ଫନି’ରେ ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡ଼ିକ ମିଶି ସମୁଦାୟ ୩୮ ଜଣଙ୍କ ଜୀବନ ଯାଇଛି। ଏହି ବାତ୍ୟାରେ ଲକ୍ଷ ଲକ୍ଷ ଗଛ ଭାଙ୍ଗିପଡ଼ିଥିବା ବେଳେ ୧ ଲକ୍ଷ ୫୦ ହଜାରରୁ ଅଧିକ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗି ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Electric-Poll-Destroyed-on-Fani_Thumbnail.jpg)